ପ୍ରଥମ ଟେଷ୍ଟ: ଟସ୍‌ ଜିତି ଭାରତର ବ୍ୟାଟିଂ ଆରମ୍ଭ

ବିଶାଖାପାଟଣା: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବୁଧବାରଠାରୁ ବିଶାଖାପାଟଣା ଷ୍ଟାଡିୟମରେ ଆରମ୍ଭ ହୋଇଛି। ଭାରତୀୟ ଟିମ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି। ରୋହିତ ଶର୍ମା ଏବଂ ମୟଙ୍କ ଅଗ୍ରୱାଲ ଇନିଂସ ଓପନ କରିଛନ୍ତି। ଦୁଇ ବ୍ୟାଟ୍ସମ୍ୟାନ ଭଲ ଆରମ୍ଭ କରିଛନ୍ତି। ୧୫ ଓଭର ଖେଳ ଶେଷ ସୁଦ୍ଧା ଦଳ ୩୭ ରନ ସଂଗ୍ରହ କରିଛି। ମୟଙ୍କ ୨୦ ଏବଂ ରୋହିତ ୧୭ ରନ୍‌ କରି ଅପରାଜିତ ରହିଛନ୍ତି। ରୋହିତ ଟେଷ୍ଟ କ୍ରିକେଟରେ ପ୍ରଥମ ଥର ପାଇଁ ଓପନିଂ କରୁଛନ୍ତି।

ସୂଚନାଯୋଗ୍ୟ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହା ୧୪ଶ ଟେଷ୍ଟ ସିରିଜ। ଗତଥର ୨୦୧୮ରେ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା। ସେତେବେଳେ ଟିମ ଇଣ୍ଡିଆ ୧-୨ରେ ସିରିଜ ହାରିଯାଇଥିଲା। ୨୦୧୫ରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ ଜିତିଥିଲା। ସେତେବେଳେ ଭାରତ ୪ମ୍ୟାଚ ବିଶିଷ୍ଟି ସିରିଜିରେ ୩-୦ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଥିଲା।

Comments are closed.