ଟେଡି ଡେ’ରେ ଜାଣନ୍ତୁ ଟେଡି ବିୟରର ଇତିହାସ ବିଷୟରେ

ଭାଲେଣ୍ଟାଇନ୍‌ ସପ୍ତାହର ଚତୁର୍ଥ ଦିନ ବା ଫେବୃଆରୀ ୧୦ ହେଉଛି ଟେଡି ଡେ। ଟେଡିକୁ ନେଇ ଏକ ସୁନ୍ଦର ଇତିହାସ ରହିଛି। ଆମେରିକାର ୨୬ ତମ ରାଷ୍ଟ୍ରପତି ଥେଉଡୋର ରୋଜଭୋଲ୍ଟ ଦିନେ ଶିକାରକୁ ଯାଇଥିଲେ ହେଲେ ସେ କୌଣସି ଶିକାର ପାଇ ନ ଥିଲେ। ପରେ ତାଙ୍କ ସାଥିରେ ଯାଇଥିବା ସୈନ୍ୟମାନେ ରୋଜଭୋଲ୍ଟଙ୍କ ମନ ଜିଣିବାପାଇଁ ଜଙ୍ଗଲରେ ବହୁ ସମୟ ଖୋଜାଖୋଜି କଲେ। ଏହି ସମୟରେ ଜଙ୍ଗଲରେ ବନ୍ଧାଯାଇଥିବା ଏକ ଭାଲୁକୁ ପାଇ ରୋଜଭୋଲ୍ଟଙ୍କ ପାଖକୁ ନେଇ ଆସିଥିଲେ। ହେଲେ ରୋଜ ଭୋଲ୍ଟ ଖୁସି ହେବା ପରିବର୍ତ୍ତେ ବନ୍ଧା ଯାଇଥିବା ଭାଲୁକୁ ଶିକାର ନ କରି ଛାଡି ଦେବକୁ କହିଥିଲେ। ସେ ତାଙ୍କର ସୈନ୍ୟମାନଙ୍କୁ କହିଥିଲେ ଘାଇଲା ହୋଇଯାଇଥିବା ଜୀବଜନ୍ତୁଙ୍କୁ ଶିକାର କରିବା ହେଉଛି ଶିକାରର ନିୟମ ବିରୋଧୀ। ଭାଲୁଟି ବହୁତ ଯନ୍ତ୍ରଣାରେ ଛଟପଟ ହେଉଥିବାର ଦୁଃଖକୁ ଦେଖି ନ ପାରି ରୋଜଭୋଲ୍ଟ ଗୁଳି କରିଦେଇଥିଲେ। ପରେ ସେ ଭାଲୁ ସହ ନେଇଥିବା ଏକ ଫଟୋଚିତ୍ର ଚାରିଆଡେ ବ୍ୟାପିବାକୁ ଲାଗିଲା। ଜଣେ କାର୍ଟୁନିଷ୍ଟ କ୍ଲିଫୋର୍ଡ କେନେଡି ବେରିମ୍ୟାନ ଏହି କାର୍ଟୁନ୍ ଚିତ୍ର ତିଆରି କରିଥିଲେ। ଏହାପରେ ଏହି ଚିତ୍ରଟି ବହୁଲୋକପ୍ରିୟତା ସାଉଁଟିଥିଲା। ସେହି ସମୟରେ ମୋରିସ ନାମଙ୍କ ଜଣେ ମହିଳାଙ୍କ ଖେଳଣା ଦୋକାନ ଥିଲା। ଏହି ଚିତ୍ରର ଲୋକପ୍ରିୟତା ଦେଖି ସେ ଭାଲୁର ଖେଳଣା ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହାପରେ ସେ ଏକ ଭାଲୁର ଖେଳନା ତିଆରି କରି ରୋଜଭୋଲ୍ଟଙ୍କ ପାଖକୁ ନେଇଥିଲେ । ସେହି ଖେଳଣାର ନାମ ଟେଡି ବିୟର ଦେବା ପାଇଁ ରୋଜଭୋଲ୍ଟଙ୍କ ଅନୁମତି ଆଣିଥିଲେ। ଏହାପରେ ସେ ଏହି ଖେଲଣା ତାଆରି କରି ଏହାର ନାମ ଟେଡି ବିୟର ଦେଇଥିଲେ।

ସମଗ୍ର ଦେଶର ପ୍ରଥମ ଟେଡିବିୟର ମ୍ୟୁଜିୟମ ହେଉଛି ଇଂଲଣ୍ଡର ପିଟରସଫିଲ୍ଡ ହାମ୍ପସାଇରେ। ଏହି ଟିଡି ବିୟରର ଚାହିଦା  ସମଗ୍ର ଦେଶରେ ଥିବାବେଳେ ଆମେରିକା, କାନାଡା, ଜାପାନ, ବ୍ରିଟେନ, ଜର୍ମାନୀରେ ଅଧିକ ଲୋକପ୍ରୟତା ରହିଛି।

 

Comments are closed.