ଗୁରୁ ଦିବସ

ଆଜି ଗୁରୁଦିବସ। ବିଶିଷ୍ଟ ଶିକ୍ଷାବିତ୍ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମତିଥିରେ ୧୯୬୨ ମସିହାଠାରୁ ଗୁରୁ ବା ଶିକ୍ଷକମାନଙ୍କୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରାଯାଇଆସୁଛି। ଡ. ରାଧାକୃଷ୍ଣନ ଏକାଧାରରେ ଜଣେ ସୁଗୁରୁ ଏବଂ ଛାତ୍ରବତ୍ସଳ ଶିକ୍ଷକ ଥିଲେ। ସେ ମହୀଶୂର ଓ କଲିକତା ବିଶ୍ବବିଦ୍ୟାଳୟରେ ଦର୍ଶନ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ। ତାଙ୍କର ଜୀବନ ଶିକ୍ଷାର ବିକାଶ ନିମନ୍ତେ ସମର୍ପିତ ଥିଲା। ସର୍ବପଲ୍ଲୀ ବିଶ୍ବାସ କରୁଥିଲେ ଯେ ‘‘ଶିକ୍ଷକମାନେ ହେଉଛନ୍ତି ଦେଶର ସର୍ବୋତ୍କୃଷ୍ଟ ମସ୍ତିଷ୍କ।’’ ଭାରତର ଜଣେ ବିଜ୍ଞ ଦାର୍ଶନିକ ଭାବେ ମଧ୍ୟ ଡ. ରାଧାକୃଷ୍ଣନଙ୍କ ନାମ ସର୍ବାଗ୍ରେ ସ୍ମରଣୀୟ। ୧୯୫୪ରେ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନ ପ୍ରଦାନ କରାଯାଇଥିଲା। ଗୁରୁଦିବସରେ ଛାତ୍ରଛାତ୍ରୀମାନେ ଗୁରୁବନ୍ଦନା କରିବା ସହ ସେମାନଙ୍କ ପୂଜାର୍ଚନା କରିଥାନ୍ତି। ଦେଶର ନିଷ୍ଠାପର ଓ କୃତୀ ଶିକ୍ଷକମାନଙ୍କୁ ସରକାର ଏହି ଦିନ ପୁରସ୍କାର ଓ ସମ୍ବର୍ଦ୍ଧନା ଦେଇଆସୁଛନ୍ତି।

Comments are closed.