ସଦର ବ୍ଲକ ମିଳିତ ଶିକ୍ଷକ ସମନ୍ୱୟ ସମିତି ଗଠିତ

କଟକ : କଟକ ସହର ଓ ସଦର ବ୍ଲକରେ କାର୍ଯ୍ୟରତ ବିଭିନ୍ନ ବର୍ଗର ପ୍ରାୟ ଏକ ହଜାର ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସ୍ୱାର୍ଥରକ୍ଷା ଲାଗି ଏକ ଶିକ୍ଷକ ସମନ୍ୱୟ ସମିତି ଗଠିତ ହୋଇଛି । ବରିଷ୍ଠ ଶିକ୍ଷକ ସାଦତ ଅଲ୍ଲୀ ଖାନ୍ ଏହାର ସଭାପତି ଓ ଜିଲ୍ଲା ପରିଷଦ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଉମାକାନ୍ତ ବେହେରା ଏହାର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ସେହିପରି ବରିଷ୍ଠ ଶିକ୍ଷକ ସୁନୀଲ ସେନାପତି ଉପ-ସଭାପତି ଓ ଅଜୟ ବାରିକଙ୍କୁ ସହ-ସମ୍ପାଦକ ଭାବେ ମନୋନୀତ କରା ଯାଇଛି । ସମିତିର ସଦସ୍ୟ ଭାବେ ଏସ.କେ. ଅବଦୁଲ ବୁରହାନ, ପ୍ରଭାତ ରଂଜନ ପାଣିଗ୍ରାହୀ, ପ୍ରଭାତ କୁମାର ଷଡଙ୍ଗୀ, ସୁବାସ ଚନ୍ଦ୍ର ଶତପଥୀ, ହେମନ୍ତ କୁମାର ପାତ୍ର, ସନ୍ତୋଷ କୁମାର ନନ୍ଦ, ଶୁଶ୍ରୀ ଘଡେଇ ଏବଂ ଅଡିଟର ଭାବେ ଅନିମେଶ ମହାପାତ୍ରଙ୍କୁ ମନୋନୀତ କରାଯାଇଛି।

ଏହି ସମିତି ଗଠନ ପାଇଁ ବାଦାମବାଡ଼ି ନିଉ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସବୁ ବର୍ଗର ଶିକ୍ଷକ ପ୍ରତିନିଧିମାନେ ଯୋଗଦେଇ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷ କରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କେତେକ ଅମଲାମାନଙ୍କ ଅସହଯୋଗ ଯୋଗୁଁ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଗତ ଦୁଇମାସ ଧରି ବିଳମ୍ବରେ ଦରମା ପାଉଥିବା ସମ୍ପର୍କରେ ଆଲୋଚନା କରାଯାଇଛି । ଏ ସମ୍ପର୍କରେ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ କରିଛନ୍ତି।

ସମନ୍ୱୟ ସମିତି ଗଠନ ପାଇଁ ବାସୁଦେବ ନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ଶିକ୍ଷକ ପ୍ରଭାତ କୁମାର ଷଢ଼ଙ୍ଗୀ ସଭାପତିତ୍ୱ କରିଥିଲେ। ଜିଲ୍ଲା ପରିଷଦ ଶିକ୍ଷକ ସଂଘ ସଭାପତି ଶଙ୍କର୍ଷଣ ବେହେରା, ବିଭୁ ପଦାରବିନ୍ଦ ଆଚାର୍ଯ୍ୟ, ରାଜକିଶୋର ସାହୁ, ନିକୁଞ୍ଜ କୁମାର ସ୍ୱାଇଁ, ସୟଦ କାଶିଫୁଲ ଇସଲାମ, ଶଙ୍କର ସ୍ୱାଇଁ, ଶୁକ୍ରା ସିଂହ, ତୋଫାନୀ ବେହେରା, ବିଚିତ୍ରାନନ୍ଦ ଭୋଇ, ଅଶୋକ କୁମାର ବିଶ୍ୱାଳ, ସଂଗୀତା ଦାଶ, ସୁକାନ୍ତ କୁମାର କର, ସୌର୍ଯ୍ୟ ରଂଜନ ଦାସ, ଜୟଶ୍ରୀ ପରମଗୁରୁ, ପ୍ରଭାତ କୁମାର ଜେନା, ମୋହନ ଚରଣ ନାୟକ, ଦେବେନ୍ଦ୍ର ମୋହନ ଗମାଙ୍ଗ, ଶରତ ଚନ୍ଦ୍ର ଦାଶ, ଅନାଥ ବେହେରା, ରକିବ ମହମ୍ମଦ, କଲ୍ୟାଣୀ ଷଢ଼ଙ୍ଗୀ, ମାଧବାନନ୍ଦ ଦାସ, ସାଜିଦ ଅଲ୍ଲୀ ଖାନ, ସନ୍ତୋଷ କୁମାର ପ୍ରଧାନ, ଅଞ୍ଜନ କୁମାର ସେଠୀ, ଆରତ ଭଞ୍ଜନ ସାହୁ, ହେମନ୍ତ କୁମାର ପାତ୍ର ଓ ଦିଲ୍ଲୀପ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ।

Comments are closed.