କରୋନା ଆକ୍ରାନ୍ତ ଶିକ୍ଷକଙ୍କ ପରଲୋକ

ବେଗୁନିଆ : ବେଗୁନିଆ ବ୍ଲକ ଗଡମାଣତୀର ପଂଚାୟତ ଅନ୍ତର୍ଗତ ଗଡମାଣତୀର ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ଦିବ୍ୟସିଂହ ମହାପାତ୍ର କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ସମ କୋଭିଡ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି । ରାଉତପଡା ଗ୍ରାମର ସ୍ବର୍ଗତ ଗଣେଶ ମହାପାତ୍ରଙ୍କ ଏକ ମାତ୍ର ପୁତ୍ର ଦିବ୍ୟସିଂହ ଗଡମାଣତୀର ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୧୦ ବର୍ଷରୁ ଉର୍ଧ୍ଵ ସମୟ ଧରି କାର୍ଯ୍ୟ ସମ୍ପାଦନ କରି ଆସୁଥିବାବେଳେ ସରକାର ଉଚ୍ଚ ବିଦ୍ୟାଳୟରେ ପ୍ରାଥମିକ ବିଦ୍ୟାଳୟକୁ ମିଶ୍ରଣ କରିବା ପରେ ସେ ଏବେ ଉଚ୍ଚ ବିଦ୍ୟାଳୟରେ ରହି କାର୍ଯ୍ୟ କରୁଥିଲେ । ସେ କରୋନାରେ ଆକ୍ରାନ୍ତ ହୋଇ ସମ କୋଭିଡ ହସ୍ପିଟାଲରେ ରହି ଚିକିସ୍ଥିତ ହେଉଥିବାବେଳେ ତାଙ୍କ ବାପା କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । କିନ୍ତୁ ଭାଗ୍ୟର ବିଡମ୍ବନା ସେ ବାପାଙ୍କ ମୃତ୍ୟୁ ଖବର ଜାଣି ପାରିନଥିବାବେଳେ ବାପାଙ୍କର ବାର ଦିନ ଶିକ୍ଷକ ଶ୍ରୀ ମହାପାତ୍ରଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁରେ ବିଦ୍ୟାଳୟର ଶିକ୍ଷକ, ଗ୍ରାମ ତଥା ଆଖ ପାଖ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

Comments are closed.