କୋଭିଡ୍ ଯୋଦ୍ଧାଙ୍କୁ କରୋନା, ଦେବଗଡରେ କ୍ବାରେଣ୍ଟାଇନ ସେଣ୍ଟର ଦାୟିତ୍ଵରେ ଥିବା ଶିକ୍ଷକ ଓ ଆଶାକର୍ମୀ କରୋନ ପଜିଟିଭ୍

ଦେବଗଡ : କରୋନା ଭାଇରସକୁ ରୋକିବା ପାଇଁ କୋଭିଡ୍ ଯୋଦ୍ଧାମାନେ ଦିନରାତି ଏକ କରି କାମ କରୁଛନ୍ତି। ହେଲେ ଏହାରି ମଧ୍ୟରେ ଦେବଗଡ଼ରେ ଦୁଇ ଜଣ କୋଭିଡ୍ ଯୋଦ୍ଧା କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଦେବଗଡର ତେଲେଇବଣି ବ୍ଲକ ସୋଢ଼ କ୍ୱାରେଣ୍ଟାଇନ ସେଣ୍ଟରରେ ଦାୟିତ୍ୱରେ ଥିବା ଜଣେ ଆଶାକର୍ମୀ ଓ ଆଉ ଜଣେ ଶିକ୍ଷକଙ୍କ ସ୍ୱାବ୍ ନମୁନା କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଆଶାକର୍ମୀ ଏବଂ ଶିକ୍ଷକ କରୋନା ପଜିଟିଭ୍ ଆସିବା ପରେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସିଡିଏମଓ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ସୋମବାର ରାଜ୍ୟରୁ ୧୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରେ ଦେବଗଡ ଜିଲାରୁ ସର୍ବାଧିକ ୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।