ପିଉଥିଲେ ଚା’ ; ଜାଣି ରଖନ୍ତୁ ଏହି କଥା

ଘରକୁ ଅତିଥି ଆସିଲା ମାତ୍ରେ ତାଙ୍କୁ ପ୍ରଥମେ ଚା’ଦେବା ଏକ ସାଧାରଣ କଥା। ସେହିପରି ଅନେକଙ୍କ ସକାଳର ଆରମ୍ଭ କପେ ଚା’ରୁ ହୋଇଥାଏ। ଚା’ ନ ପିଇବା ଦ୍ୱାରା ଅନେକଙ୍କୁ ଦିନଯାକ ସତେଜ ଅନୁଭବ ହୋଇନଥାଏ। କାର୍ଯ୍ୟ କରିବାକୁ ମଧ୍ୟ ଇଚ୍ଛା ହୋଇନଥାଏ। ସକାଳର ଚା’ରୁ ଅନେକଙ୍କ ନିଦ ମଧ୍ୟ ଭାଙ୍ଗିଥାଏ। ଏହାସହ ଯେଉଁମାନେ ଚା’ ପିଅନ୍ତି ସେମାନେ, ଯେଉଁମାନେ ଚା’ ନ ପିଅନ୍ତି ସେମାନଙ୍କ ତୁଳନାରେ ଦୀର୍ଘାୟୁ ହେବାର ସମ୍ଭାବନା ଅଧିକ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। ଜାପାନ ଓ ଅନ୍ୟ କେତେକ ସ୍ଥାନରେ ଗ୍ରୀନ ଟି ପିଇବାକୁ ଅଧିକାଂଶ ପସନ୍ଦ କରିଥାଆନ୍ତି। ଗତ କିଛି ଦିନ ତଳେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଏହାର ସ୍ୱାସ୍ଥ୍ୟ ଉପକାରୀ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି।

ଏମିତି ଆସେ ଆର୍ଟ ଆଟାକ୍‍; ଦେଖନ୍ତୁ ଲାଇଭ ଭିଡିଓ 
ନିକଟରେ ହୋଇଥିବା ଅଧ୍ୟୟନ ଅନୁଯାୟୀ, ଦିନ ମଧ୍ୟରେ ଥରେ କିମ୍ବା ୨ଥର ଚା’ ପିଉଥିବା ବ୍ୟକ୍ତିଙ୍କ ଆୟୁଷ ଅଧିକ ହୋଇଥାଏ। ଅର୍ଥାତ ଆଦୌ ଚା’ ପିଉନଥିବା ବ୍ୟକ୍ତିଙ୍କ ଆୟୁଷ ଚା’ ପିଉଥିବା ବ୍ୟକ୍ତିଙ୍କ ତୁଳନାରେ ୯ ରୁ ୧୩ ପ୍ରତିଶତ ଆୟୁଷ କମ ହୋଇଥାଏ।
ମାତ୍ର ଦିନ ମଧ୍ୟରେ ଏକ କପ ଚା’ ପିଉଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସଠିକ ରହିଥାଏ। ଶରୀରକୁ ଏହା ସତେଜ ରଖିବା ସହ ଜଲଦି ଥକ୍କାପଣ ଅନୁଭବ ହୋଇନଥାଏ।

Comments are closed.