ହିତକାରୀ ମାଚା ଚା’

ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ପ୍ରମାଣିତ ହୋଇଛି, ମହାମାରୀର ଭୟାବହତା ଦେଖିବା ପରେ ବିଶ୍ବର ୫୬%ରୁ ଅଧିକ ଲୋକ ନିୟମିତ ଇଣ୍ଟରନେଟ୍‌ ସର୍ଚ୍ଚ କରି ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଖାଦ୍ୟପାନୀୟ ଉପରେ ଗୁରୁତ୍ବ ଦେଉଛନ୍ତି। ସକାଳବେଳା ଲୋକେ ଅଦା-ଗୋଲମରିଚ ଚା, ଗରମ ପାଣି ପିଇବା ସହ ରାତିବେଳା ହଳଦୀ ଖିର ପିଇବାକୁ ପ୍ରାଧାନ୍ୟ ଦେଉଥିବାର ପ୍ରକାଶ। ଏସବୁ ଭିତରେ ଗ୍ରୀନ୍ ଟି, ମାଚା ଚା’ର ଲୋକପ୍ରିୟତା ବଢ଼ିଛି। ଇତିହାସର ପୃଷ୍ଠାରୁ ଜଣାଯାଏ ଯେ, ମାଚା ଚା’ ପ୍ରଥମେ ଚୀନ୍ ପରେ ଜାପାନରେ ଏହାର ଚାଷ ଆରମ୍ଭ ହୋଇଥିଲା। ମାଚା ମଧ୍ୟ ଏକ ପ୍ରକାରର ଗ୍ରୀନ୍ ଟି, ଯାହା ସ୍ବାସ୍ଥ୍ୟ ପାଇଁ ହିତକାରୀ। ଗତ କିଛି ମାସ ମଧ୍ୟରେ ମାଚା ଚା’ର ବିକ୍ରି ବିଶ୍ବସ୍ତରରେ ବୃଦ୍ଧ ପାଇଛି।

– ଭଲ କମ୍ପାନୀର ମାଚା ଚା’ ୫୦ ଗ୍ରାମ୍ ମୂଲ୍ୟ ୬୯୯ ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ନିୟମିତ ଏହି ଚା’ ପିଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।

– ବିଶେଷଜ୍ଞଙ୍କ ମତରେ ଯକୃତ ରୋଗରୁ ବର୍ତ୍ତିବାକୁ ଚାହୁଁଥିଲେ, ମାଚା ଚା’ ପିଇବା ହିତକାରୀ।

-ଏହି ଚା’ରେ ଥିବା ଏକପ୍ରକାର ଇଜିସିଜି ତତ୍ତ୍ବ ଶରୀରରେ କର୍କଟ ପ୍ରତିରୋଧୀ ଶକ୍ତି ବୃଦ୍ଧି କରୁଥିବାର ଅନୁଧ୍ୟାନରୁ ପ୍ରକାଶ।

– ଓଜନ କମ୍ କରିବାକୁ ଚାହୁଁଥିଲେ, ଦିନକୁ ୨ଥର ମାଚା ଚା’ ପିଇଲେ ୧୨ ସପ୍ତାହ ମଧ୍ୟରେ ଫରକ୍ ଜାଣିହୋଇଥାଏ।

– ମାଚା ଚା’କୁ ସୌନ୍ଦର୍ଯ୍ୟ ଚର୍ଚ୍ଚାରେ ମଧ୍ୟ ଉପଯୋଗ କରାଯାଉଛି। ଆଜିକାଲି ବଜାରରେ ଓ ଅନ୍-ଲାଇନ୍‌‌ରେ ମୋଚା ଫେସପ୍ୟାକ୍, ହେୟାର ପ୍ୟାକ୍ ମିଳୁଛି।

– ବିଶ୍ବସ୍ତରରେ ଜାପାନ ଲୋକେ ସବୁଠୁ ଅଧିକ ମାଚା ଚା’ ପିଇଥାନ୍ତି। ମସ୍ତିଷ୍କକୁ ସକ୍ରିୟ ରଖିବାରେ ମାଚା ଚା’ର ତତ୍ତ୍ବ ଖୁବ୍ ସହାୟକ ବୋଲି ବିଶେଷଜ୍ଞଙ୍କ ମତ। 

Comments are closed.