ଜୁଲାଇରୁ ଦୁଇଗୁଣ ଟିଡିଏସ୍‍ କଟିବ

ନୂଆଦିଲ୍ଲୀ: ଆଗାମୀ ଜୁଲାଇ ମାସରୁ ଦେଶର କେତେକ ଟିକସଦାତାଙ୍କର ଦୁଇଗୁଣ ଟିଡିଏସ୍‍ କଟାଯିବ। ଆର୍ଥିକ ଆଇନ ୨୦୨୧ ଅନୁଯାୟୀ ଯଦି ଜଣେ ଟିକସଦାତା ଗତ ଦୁଇବର୍ଷ ମଧ୍ୟରେ ଟିଡିଏସ୍‍ (ଟ୍ୟାକ୍ସ ଡିଡକ୍ଟେଡ ଆଟ ସୋର୍ସ) ଦାଖଲ କରିନାହାନ୍ତି ଏବଂ ପ୍ରତିବର୍ଷ କଟାଯାଉଥିବା ଟିଡିଏସ୍‍ ପରିମାଣ ୫୦ ହଜାର ଟଙ୍କାରୁ ଅଧିକ ହୋଇଥାଏ, ତେବେ ଆୟକର ବିଭାଗ ସେହି ଟିକସଦାତାଙ୍କ କ୍ଷେତ୍ରରେ ଆୟକର ରିଟର୍ଣ୍ଣ ଦାଖଲ ସମୟରେ ଅଧିକ ହାରରେ ଟିକସ ଲାଗୁ କରିବ। ଏହା ଆଗାମୀ ଜୁଲାଇ ୧ ତାରିଖରୁ ଲାଗୁହେବ।
ଏଠାରେ ସ୍ମରଣଯୋଗ୍ୟ ଯେ ୨୦୨୧ ବଜେଟରେ ଗତ ଦୁଇବର୍ଷ ଧରି ଆୟକର ରିଟର୍ଣ୍ଣ ଦାଖଲ କରାଯାଇନଥିବା ଏବଂ ଟିଡିଏସ୍‍ ପରିମାଣ ବାର୍ଷିକ ୫୦ ହଜାର ଟଙ୍କାରୁ ଅଧିକ ହୋଇଥିବା ଟିକସ ଦାତାଙ୍କ କ୍ଷେତ୍ରରେ ଅଧିକ ହାରରେ ଟିଡିଏସ୍‍ କାଟ କରିବାକୁ ଏକ ନୂଆ ଦାରା ୨୦୬ଏବି ଆଗତ କରାଯାଇଥିଲା। ଟିକସ ପୈଠ କରିବାକୁ ଯୋଗ୍ୟ ହୋଇଥିଲେ ମଧ୍ୟ ଯେଉଁମାନେ ଆୟକର ରିଟର୍ଣ୍ଣ ଦାଖଲ କରିନାହାନ୍ତି ସେମାନଙ୍କ ବିରୁଦ୍ଧରେ ଦଣ୍ଡବିଧାନ କରିବାକୁ ସରକାର ଆୟକର ଆଇନ ଅଧୀନରେ ନୂଆ ଧାରା ୨୦୬ଏବି ଏବଂ ୨୦୬ସିସିଏ ବିଜ୍ଞପ୍ତି ପ୍ରକାଶ କରିଥିଲେ।

Comments are closed.