ଟାଟାକୁ ମିଳିଲା ଏୟାର ଇଣ୍ଡିଆର ମାଲିକାନା, ଏୟାର ଇଣ୍ଡିଆକୁ ୧୮ ହଜାର କୋଟି ଟଙ୍କାରେ କିଣିଲା ଟାଟା

ନୂଆଦିଲ୍ଲୀ: ଟାଟା ସନ୍ସ ହାତକୁ ଗଲା ଏୟାର ଇଣ୍ଡିଆ ମାଲିକାନା। ବିଡିଂରେ ସର୍ବାଧିକ ଡାକି ମାଲିକାନା ହାସଲ କଲା ଟାଟା। ସର୍ବାଧିକ ୧୮ହଜାର କୋଟି ବିଡିଂ ଡାକି ମାଲିକାନା ପାଇଲା ଟାଟା।ଏୟାର ଇଣ୍ଡିଆ ପାଇଁ ସବୁଠୁ ଅଧିକ ବିଡ ଲଗାଇଥିଲା ଟାଟା। ୬୮ ବର୍ଷ ପରେ ପୁଣି ଏୟାର ଇଣ୍ଡିଆର ମାଲିକାନା ଫେରିପାଇଲା ଟାଟା । ଡିସେମ୍ବର ସୁଦ୍ଧା ସମସ୍ତ ଅଧିଗ୍ରହଣ କାମ ସାରିବାକୁ ଧାର୍ଯ୍ୟ କରାଯାଇଛି ବୋଲି ଦେଲେ କେନ୍ଦ୍ର ନିବେଶ ସଚିବ ତୁହିନକାନ୍ତ ପାଣ୍ଡେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

 

ତୁହିନକାନ୍ତ ପାଣ୍ଡେ କହିଛନ୍ତି ଯେ ଏୟାର ଇଣ୍ଡିଆ ଅଫିସ, ଜମି ସରକାରଙ୍କ ପାଖରେ ରହିବ। ଏୟାର ଇଣ୍ଡିଆର ପରିଚାଳନା ଦାୟିତ୍ୱ ଟାଟା ସମ୍ଭାଳିବ। ସେହିପରି ଟାଟା ସହ ଏହି ନିଲାମୀ ପ୍ରକ୍ରିୟାରେ ସ୍ପାଇସଜେଟ ମଧ୍ୟ ସାମିଲ ହୋଇଥିଲା।

Comments are closed.