ବିଶ୍ୱର ନ୍ୟୁନତମ ଅଙ୍ଗାରକ ନିର୍ଗମନ ହେଉଥିବା ଇସ୍ପାତ କାରଖାନାଙ୍କ ମଧ୍ୟରେ ସ୍ଥାନିତ ହେବାକୁ ଟାଟା ଷ୍ଟିଲ କଳିଙ୍ଗନଗରର ଲକ୍ଷ୍ୟ

 

ଭୁବନେଶ୍ୱର/କଳିଙ୍ଗନଗର : ସମଗ୍ର ବିଶ୍ୱରେ ଜଳବାୟୁ ପରିବର୍ତନ ଏକ ଗଭୀର ଚିନ୍ତାର ବିଷୟ ଭାବେ ଉଭା ହୋଇଛି। ଏହି ପରିପ୍ରେକ୍ଷୀରେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଅଙ୍ଗାରକର ପଦଚିହ୍ନ କମ୍‍ କରିବାର ଆବଶ୍ୟକତା ରହିଛି। କଳିଙ୍ଗନଗରରେ ଅବସ୍ଥିତ ଟାଟା ଷ୍ଟିଲର ବାର୍ଷିକ ୩ ନିୟୁତ ଟନ୍‍ ଉତ୍ପାଦନ କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ଇସ୍ପାତ କାରଖାନା ଅଶୋଧିତ ଇସ୍ପାତ ଉତ୍ପାଦନରେ ଟନ୍‍ ପ୍ରତି ନ୍ୟୁନତମ ଅଙ୍ଗାରକ ନିର୍ଗମନ କରୁଥିବା କାରଖାନା ମଧ୍ୟରେ ସାମିଲ ହେବାକୁ ଲକ୍ଷ୍ୟ ରଖିଛି।

ଏହି ଦିଗରେ ନିରନ୍ତର ପ୍ରୟାସ ଯୋଗୁଁ ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସ୍‍କେ) ଗତ ୪ ବର୍ଷ ମଧ୍ୟରେ ଅଙ୍ଗାରକାମ୍ଲର ପରିମାଣକୁ ଅଶୋଧିତ ଇସ୍ପାତ ଟନ୍‍ ପ୍ରତି ୩.୦୮ରୁ ୨.୪୫ ଟନ୍‍କୁ ହ୍ରାସ କରିବାରେ ସଫଳ ହୋଇଛି। ଫଳରେ ଅଙ୍ଗାରକ ନିର୍ଗମନ୨୦ ପ୍ରତିଶତରୁ ଊର୍ଦ୍ଧ୍ବ ହ୍ରାସ ପାଇଛି। କେବଳ ସେତିକି ନୁହେଁ, ଟାଟା ଷ୍ଟିଲ କଳିଙ୍ଗନଗର ୨୦୨୫ ସୁଦ୍ଧା ଅଙ୍ଗାରକାମ୍ଲ ନିର୍ଗମନ ପରିମାଣ ଅଶୋଧିତ ଇସ୍ପାତ ଟନ୍‍ ପ୍ରତି୨ଟନ୍‍ରୁ କମ୍‍କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି।

ଟାଟା ଷ୍ଟିଲ କଳିଙ୍ଗନଗରରେ ଅଙ୍ଗାରକାମ୍ଲନିର୍ଗମନକୁ ହ୍ରାସ କରିବା ପାଇଁ କୋକ୍‍ ଡ୍ରାଏ କ୍ୱେନ୍‍ଚିଂ (ସିଡିକ୍ୟୁ), ଟପ୍‍ ରିକଭରି ଟରବାଇନ୍‍ (ଟିଆରଟି), ବାଇ ପ୍ରଡ଼କ୍ଟ ଗ୍ୟାସ ଭିତିକ ବଏଲର ଓ ବୃହତ ଆକାରର ବ୍ଲାଷ୍ଟ ଫର୍ଣ୍ଣେସ୍‍ ଭଳି ଅତ୍ୟାଧୁନିକ ବୈଷୟିକ କୌଶଳର ପ୍ରୟୋଗ କରାଯାଇଛି। ସିଡ଼ିକ୍ୟୁ, କୋକ୍‍ ପ୍ରସ୍ତୁତି ୟୁନିଟ୍‍ରୁ ଉତ୍ପନ୍ନ ହେଉଥିବା ଉତପ୍ତ କୋକ୍‍ରୁ ବର୍ଜ୍ୟ ଉତାପ ସଂଗ୍ରହ କରିବାରେ ସହାୟତା କରିବା ସହିତ କାରଖାନାରେ ବ୍ୟବହାର ହେଉଥିବା ବିଦ୍ୟୁତ୍‍ ଓ ବାଷ୍ପ ଉତ୍ପନ୍ନକରୁଛି, ଯାହାଫଳରେ ସମାନ ପରିମାଣର ଅଙ୍ଗାରକାମ୍ଲନିର୍ଗମନକୁ କମ୍‍ କରାଯାଇପାରୁଛି।

ସେହିପରି ଟପ୍‍ ରିକଭରି ଟରବାଇନ୍‍ (ଟିଆରଟି), କଳିଙ୍ଗନଗର କାରଖାନା ବ୍ଲାଷ୍ଟ ଫର୍ଣ୍ଣେସର ସଙ୍କୁଚିତ “ଟପ୍‍ ଗ୍ୟାସ” ରୁ ମିଳିଥିବା ଚାପ ଓ ତାପଜ ଶକ୍ତିକୁ ବ୍ୟବହାର କରୁଛି। ଟପ୍‍-ଗ୍ୟାସ୍‍ ରିକଭରି ଟରବାଇନ୍‍ ଏକ ସ୍ଥିର ଶୀର୍ଷ ଚାପ ଦେବା ସହିତ ସମାନ ସମୟରେ ଭିନ୍ନକ ଚାପ ଯୋଗୁଁ ବିଦ୍ୟୁତ୍‍ ଉତ୍ପାଦନ କରୁଛି।

କୋଇଲାକୁ ଦହନ ଭାବେ ବ୍ୟବହାର କରୁଥିବାତାପଜ ବିଦ୍ୟୁତ୍‍ କାରଖାନା (ଥର୍ମାଲ ପାୱାର ପ୍ଲାଂଟ) ବଦଳରେ ବାଇ ପ୍ରଡ଼କ୍ଟ ଗ୍ୟାସ ଭିତିକ କ୍ୟାପଟିଭ୍‍ ପାୱାର ପ୍ଲାଂଟ (୧୩୫ ଏମ୍‍ଡବ୍ଲ୍ୟ କ୍ଷମତା) କୋକ୍‍ ପ୍ରସ୍ତୁତି, ଲୌହ ପ୍ରସ୍ତୁତି ଓ ଇସ୍ପାତ ପ୍ରସ୍ତୁତିରୁ ସୃଷ୍ଟି ହେଇଥିବା ବର୍ଜ୍ୟ ବାଇ ପ୍ରଡକ୍ଟ ଗ୍ୟାସର ବ୍ୟବହାର କରି ବିଦ୍ୟୁତ୍‍ ଓ ବାଷ୍ପ ଉତ୍ପନ୍ନ କରୁଛି। ଏହିଭଳି ଏହା ଅନ୍ୟ କୌଣସି ତାପଜ ବିଦ୍ୟୁତ୍‍ କାରଖାନା ତୁଳନାରେ ବିଦ୍ୟୁତ୍‍ ଓ ବାଷ୍ପ ଉତ୍ପନ୍ନ କରିବା ପାଇଁ ସମାନ ପରିମାଣର ଅଙ୍ଗାରକାମ୍ଲ ନିଗର୍ମନକୁ କମ୍‍ କରିବାରେ ସହାୟତା କରୁଛି।
ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ଲୌହ ପ୍ରସ୍ତୁତି ଓ ବାଷ୍ପ ପ୍ରସ୍ତୁତି ପ୍ରକ୍ରିୟାରୁ ବାଇ ପ୍ରଡକ୍ଟ ଗ୍ୟାସ ସଂଗ୍ରହ ଓ ଷ୍ଟୋରେଜ୍‍ କରିବା ପାଇଁ ବିଏଫ୍‍ ଗ୍ୟାସ୍‍ ହୋଲଡ଼ର ଓ ଏଲ୍‍ଡି ଗ୍ୟାସ ହୋଲଡ଼ର ନାମରେ ଦୁଇଟି ଗ୍ୟାସ ହୋଲଡର ନିର୍ମାଣ କରାଯାଇଛି। ବାଇ-ପ୍ରଡକ୍ଟ ଗ୍ୟାସ, ଆବଶ୍ୟକତା ଅନୁସାରେ କାରଖାନାରେ ଗ୍ୟାସର ଗତିଶୀଳତା ଓ ତାପଜ ପରିଚାଳନା ସ୍ଥିତିର ସର୍ବାଧିକ ଉପଯୋଗ କରିବାରେ ସହାୟତା କରୁଛି।

ଏହି କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ୍‍ ୪୩୦୦ କ୍ୟୁବିକ୍‍ ମିଟର କ୍ଷମତା ବିଶିଷ୍ଟ ହୋଇଥିବାରୁ ଏହା ଅଙ୍ଗାରକାମ୍ଲର ନିର୍ଗମନକୁ କମ୍‍ କରି ଉଚ୍ଚମାନର ଦକ୍ଷତା ହାସଲ କରିବାରେ ସହାୟତା କରୁଛି। ଏହାବ୍ୟତୀତ ବ୍ଲାଷ୍ଟ ଫର୍ଣ୍ଣେସ୍‍ରରାସା ବିଭାଗରେଗ୍ରାନୁଲେଟେଡ଼ ସ୍ଲାଗ୍‍କୁ ସିମେଂଟ କାରଖାନାରେ କଂଚାମାଲ ରୂପେ ବ୍ୟବହାର କରିବା ପାଇଁ ପୁନଃନବୀକରଣ କରାଯାଉଛି, ଯାହା କାରଖାନାରେ ସମାନ ପରିମାଣର ଅଙ୍ଗାରକାମ୍ଲ ଗ୍ୟାସ ନିର୍ଗମନକୁ କମ୍‍ କରିପାରୁଛି। ଇସ୍ପାତ ସ୍କ୍ରାପ୍‍ ଖଣ୍ଡଗୁଡ଼ିକୁ ଉତ୍ପାଦନ ନିମନ୍ତେ ଷ୍ଟିଲ ମେଲଟିଂ ୟୁନିଟ୍‍ରେ ରିଚାର୍ଜ କରାଯାଇଥାଏ, ଯାହାକି ସମାନ ପରିମାଣର ଉତପ୍ତ ଧାତୁ ଉତ୍ପାଦନ ପାଇଁ ଆବଶ୍ୟକ ହେଉଥିବା ଉତପ୍ତ ଧାତୁଆବଶ୍ୟକତାକୁ କମ୍‍ କରିପାରୁଛି। ଫଳରେ ଏହି ପରିମାଣର ଉତପ୍ତ ଧାତୁ ପ୍ରସ୍ତୁତ କରିବା ପାଇଁ ହେବାକୁଥିବା ନିର୍ଗମନ ପରିମାଣକୁ ହ୍ରାସ କରାଯାଇପାରୁଛି।

ଯାନ୍ତ୍ରିକ ଉପାୟରେ ମେଟାଲ ରିକଭରି ପ୍ଲାଂଟ (ଏମ୍‍ଆରପି) ରେମିଶ୍ରିତ ଧାତୁ ଓ ସ୍ଲାଗ୍‍ରୁ ପୁନରୁଦ୍ଧାର (ରିକଭର) ହୋଇଥିବା ଧାତୁକୁ ଷ୍ଟିଲ ମେଲଟିଂ ୟୁନିଟ୍‍ରେ ବର୍ଜ୍ୟ ପୁନଃନବୀକରଣ ସ୍କ୍ରାପ୍‍ ଭାବେ ବ୍ୟବହାର କରାଯାଇଥାଏ ଏବଂ ଏହା ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବାରେ ସହାୟତା କରିଥାଏ। ଏକ ଦାୟିତ୍ୱବାନ କର୍ପୋରେଟ୍‍ ସଂସ୍ଥା ଭାବେ ଟାଟା ଷ୍ଟିଲ ପକ୍ଷରୁ ପ୍ରାକୃତିକ ପରିବେଶ ଉପରେ ପ୍ରଭାବ କମ୍‍ କରିବା ପାଇଁ ଆଗୁଆ ବିଭିନ୍ନ ପଦକ୍ଷେପପାନ ଗ୍ରହଣ କରାଯାଇଛି। ଏହା କଳିଙ୍ଗନଗରରେ କମ୍ପାନୀ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପରେ ପ୍ରତିଫଳିତ ହେଉଛି।

 

Comments are closed.