ଟାଟା ମେଜିକ ଗାଡି ସହ ୨୬ ଖଣ୍ଡ ମୂଲ୍ୟବାନ ଶାଳ କାଠ ଜବତ

ବୁଗୁଡା : ବୁଗୁଡା ବନାଞ୍ଚଳ ବାଲିପଦର ସେକ୍ଟର ଅନ୍ତର୍ଗତ ମଙ୍ଗଳପୁର ନିକଟରେ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ମୂଲ୍ୟବାନ ଶାଳ କାଠ ବୋଝେଇ ଏକ ଟାଟା ମେଜିକ ଗାଡିକୁ ଜବତ କରାଯାଇଛି । ଘଟଣାସ୍ଥଳରୁ ଗାଡି ଚାଳକ ଖସି ପଳାଇ ବାରେ ସକ୍ଷମ ହୋଇଛି। ମୂଲ୍ୟବାନ ଶାଳ କାଠ ବୋଝେଇ ଟାଟା ମେଜିକ ଗାଡିରେ ଚୋରା ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଡ଼ିଏଫଓ  ସତ୍ୟ ନାରାୟଣ ବେଉରାଙ୍କ ନିର୍ଦ୍ଦେଶରେ ବାଲିପଦର ବନପାଳ ସୁନିତା ପାତ୍ର, ବନରକ୍ଷୀ  କ୍ଷୀରୋଦ କୁମାର ଗୌଡ, ପ୍ରଶାନ୍ତ କୁମାର ପଲେଇଙ୍କ ସମେତ ଫରେଷ୍ଟ ସ୍କ୍ୱାର୍ଡ  କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ରାତ୍ର ପ୍ରାୟ ୧ ଘଣ୍ଟ ବେଳେ ମଙ୍ଗଳପୁର ଗ୍ରାମ ନିକଟରେ ଚଢାଉ କରିଥିଲେ। ତେବେ ସେଠାରୁ କୌଶଳ କ୍ରମେ ଗାଡି ଚାଳକ ଜଣକ ଫେରାର୍ ହୋଇଥିବା ବେଳେ ଘଟଣାସ୍ଥଳରୁ ଟାଟା ମେଜିକ ଗାଡି ସହ ୨୬ ଖଣ୍ଡ ଶାଳ ସାଇଜ କାଠ ବନ କର୍ମଚାରୀମାନେ ଜବତ କରିଥିଲେ। ଶାଳକାଠର ପରିମାଣ ୧୦ ଘନଫୁଟ ହେବ ବୋଲି କୁହାଯାଇଛି।

Comments are closed.