ତରଣଜୀତ ସିଂହ ସନ୍ଧୁ ହେବେ ଆମେରିକାରେ ଭାରତର ନୂଆ ରାଷ୍ଟ୍ରଦୂତ

ଡେସ୍କ: ତରଣଜୀତ ସିଂହ ସନ୍ଧୁଙ୍କୁ ଆମେରିକାସ୍ଥିତ ଭାରତୀୟ ଦୂତାବାସରେ ନୂଆ ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ମିଳିଛି। ସେ ବର୍ତ୍ତମାନ ଶ୍ରୀଲଙ୍କାରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଥିବା ହର୍ଷବର୍ଦ୍ଧନ ଶୃଂଗଲାଙ୍କ ସ୍ଥାନରେ ତରଣଜୀତ ନିଯୁକ୍ତି ପାଇଛନ୍ତି। ହର୍ଷବର୍ଦ୍ଧନଙ୍କୁ ଇତି ମଧ୍ୟରେ ନୂତନ ବିଦେଶ ସଚିବ ଭାବେ ନିଯୁକ୍ତ କରାଯାଇଛି। ଶ୍ରୀଲଙ୍କାରେ କାର୍ଯ୍ୟ କରିବା ପୂର୍ବରୁ ତରଣଜୀତ ୱାସିଂଟନ ସ୍ଥିତ ଭାରତୀୟ ଦୂତାବାସରେ ଉପ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିବା ସହ ୨୦୧୧ ସେପ୍ଟେମ୍ବରରୁ ୨୦୧୩ ଜୁଲାଇ ପର୍ଯ୍ୟନ୍ତ ଫ୍ରାଙ୍କଫର୍ଟରେ ମହାବାଣିଜ୍ୟ ଦୂତ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

୨୦୦୯ରୁ ୨୦୧୧ ପର୍ଯ୍ୟନ୍ତ ସନ୍ଧୁ ମାନବ ସଂଶାଧନ ମନ୍ତ୍ରାଳୟରେ ଯୁଗ୍ମ ସଚିବ ଏବଂ ୨୦୦୫ରୁ ୨୦୦୯ ଯାଏଁ ଜାତିସଂଘରେ ଭାରତର ସ୍ଥାୟୀ ମିଶନରେ କାର୍ଯ୍ୟ କରିଥିଲେ।

Comments are closed.