‘ହସୀନ୍‍ ଦିଲ୍‍ରୁବା’ରେ ତାପସୀ

ମୁମ୍ବଇ: ବଲିଉଡ଼ ତଥା ଦକ୍ଷିଣ ଭାରତୀୟ ସିନେ ଅଭିନେତ୍ରୀ ତାପସୀ ପନ୍ନୁ ଖୁବଶୀଘ୍ର ‘ହସୀନ୍‍ ଦିଲ୍‍ରୁବା’ ଚଳଚ୍ଚିତ୍ରରେ ନଜର ଆସିବେ। ଏନେଇ ସାମାଜିକ ଗଣମାଧ୍ୟମ ଜରିଆରେ ତାପସୀ ନିଜେ ସୂଚନା ଦେଇଛନ୍ତି। ନିଜ ଇନ୍‍ଷ୍ଟାଗ୍ରାମ୍‍ ଆକାଉଣ୍ଟରେ ସେ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ଶେୟାର କରିଛନ୍ତି।

ଏହା ସହିତ ସେ ଏହାର ମୁକ୍ତିଲାଭ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ପୋଷ୍ଟର ଶେୟାର କରି ତାପସୀ ଲେଖିଛନ୍ତି, “ମୁଁ ଖରାପ ହୋଇପାରେ କିନ୍ତୁ ମୁଁ ସେଥିରେ ବି ସମ୍ପୂର୍ଣ୍ଣ”। ‘ହସୀନ୍‍ ଦିଲ୍‍ରୁବା’ ୧୮ ସେପ୍ଟେମ୍ବର ୨୦୨୦ରେ ପରଦାକୁ ଆସିବ।

ସୂଚନା ଅନୁସାରେ, ଆନନ୍ଦ ଏଲ ରୟଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ତାପସୀଙ୍କ ବିପକ୍ଷରେ ବିକ୍ରାନ୍ତ ମେସୀଙ୍କୁ ଦେଖିବାକୁ ମିଳିବ।

Comments are closed.