ଟଙ୍କଧରଙ୍କ ନୂଆ ନିଯୁକ୍ତିକୁ ନେଇ ଯୁବମୋର୍ଚ୍ଚାରେ ଆନନ୍ଦ

ସୁନ୍ଦରଗଡ଼: ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ତଥା ବର୍ତ୍ତମାନ ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀଙ୍କୁ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ ନୂତନ ନିଯୁକ୍ତି ପ୍ରଦାନ କରାଯାଇଛି। ଏ ସଂପର୍କରେ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଓ ଦକ୍ଷିଣ-ପୂର୍ବ କୋଇଲା ଖଣି କ୍ଷେତ୍ର ଲିମିଟେଡ (ଏସ.ଇ.ସି.ଏଲ)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଏ.ପି.ପଣ୍ଡା ପୃଥକ ପୃଥକ ଭାବେ ଶ୍ରୀ ତ୍ରିପାଠୀଙ୍କୁ ତାଙ୍କର ନିଯୁକ୍ତି ସଂପର୍କରେ ଅବଗତ କରାଇଛନ୍ତି। ଶ୍ରୀ ତ୍ରିପାଠୀ ଦକ୍ଷିଣ-ପୂର୍ବ କୋଇଲା ଖଣି କ୍ଷେତ୍ର ଲିମିଟେଡର ଅଣଦାପ୍ତରିକ ସାମୟିକ ନିର୍ଦେଶକ ଭାବେ ଆସନ୍ତା ୩ ବର୍ଷ ପାଇଁ ନିଯୁକ୍ତି ପାଇଛନ୍ତି। ଶ୍ରୀ ତ୍ରିପାଠୀଙ୍କ ଏହି ନୂତନ ନିଯୁକ୍ତିରେ ପଶ୍ଚିମାଞ୍ଚଳ ଯୁବ ମୋର୍ଚ୍ଚା ମହଲରେ ଆନନ୍ଦର ଲହରି ଖେଳି ଯାଇଛି। ସୁନ୍ଦରଗଡ଼ ଯୁବ ମୋର୍ଚ୍ଚାର ସଭାପତି ଇଂ.ଅମୀୟ ପଟ୍ଟନାୟକ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Comments are closed.