ରିଲିଜ୍ ହେଲା ‘ତାନାଜୀ’ର ପ୍ରଥମ ଗୀତ

ମୁମ୍ବଇ: ଅଜୟ ଦେବଗନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ତାନାଜୀ: ଦି ଅନ୍ସଙ୍ଗ୍ ୱାରିୟର’ର ପ୍ରଥମ ଗୀତ ମଙ୍ଗଳବାର ରିଲିଜ୍ ହୋଇଛି। ଗୀତର ନାଁ ରହିଛି ‘ଶଙ୍କରା…’। ଗୀତରେ ଅଜୟ ଓ ସୈଫ୍ଙ୍କୁ ଦେଖିବାକୁ ମିଳିଛି। ଅଜୟ ଗୀତରେ ନୃତ୍ୟ ମଧ୍ୟ କରିଛନ୍ତି। ଏହି ଗୀତକୁ ଗଣେଶ ଆଚାର୍ଯ୍ୟ କୋରିଓଗ୍ରାଫ୍ କରିଛନ୍ତି। ଏହା ସହିତ ମେହୁଲ ବ୍ୟାସ ଏଥିରେ କଣ୍ଠଦାନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଦର୍ଶକ ଏହାକୁ ଖୁବ୍ ପସନ୍ଦ କରୁଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ‘ତାନାଜୀ: ଦି ଅନ୍ସଙ୍ଗ୍ ୱାରିୟର’ ଆସନ୍ତା ୧୦ ଜାନୁଆରୀରେ ମୁକ୍ତିଲାଭ କରିବ।
Related Posts
Comments are closed.