ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର, ବୁଲେଟିନ ଜାରି କଲା ଆପୋଲୋ ହସ୍ପିଟାଲ

ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଉଥିବା ହାଇଦ୍ରାବାଦ ସ୍ଥିତ ଆପୋଲୋ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ରାଜନୀକାନ୍ତଙ୍କ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବା ପାଇଁ ଚିକିତ୍ସା କରାଯାଉଛି। ସେ ଆଜି ରାତିରେ ଡାକ୍ତରଖାନାରେ ରହିବେ ଓ ଆସନ୍ତାକାଲି ଅଧିକ ପରୀକ୍ଷା ନିରୀକ୍ଷା କରାଯିବ। ଏବେ ସେ ବିଶ୍ରାମ ନେଉଛନ୍ତି ବୋଲି ଆପୋଲୋ ହସ୍ପିଟାଲ ସୂଚନା ଦେଇଛି।

ରଜନୀକାନ୍ତ ଆଜି ଅସୁସ୍ଥ ହେବାପରେ ତାଙ୍କୁ ହାଇଦ୍ରାବାଦସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉଚ୍ଚ ରକ୍ତଚାପ ଯୋଗୁ ସେ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ପୂର୍ବରୁ ରଜନୀକାନ୍ତ ନିକଟରେ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିବେ ଓ ଡିସେମ୍ବର ୩୧ରେ ସେ ନିଜ ଦଳ ଘୋଷଣା କରିବେ ବୋଲି ମଧ୍ୟ ସୂଚନା ଦେଇଥିଲେ। କିଛିଦିନ ତଳେ ତାଙ୍କର ଏକ ଫିଲ୍ମ ‘ଅନ୍ନାଥ’ର ଶୁଟିଂ ସେଟ୍‌ରେ ୭ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ରଜନୀକାନ୍ତଙ୍କର ମଧ୍ୟ କୋଭିଡ ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏହା ସହିତ ତାଙ୍କ ରକ୍ତ ଚାପ ଅସ୍ଥିର ରହୁଥିଲା। ଆଜି ସକାଳେ ଉଚ୍ଚ ରକ୍ତଚାପ ଯୋଗୁ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Comments are closed.