ବିଜେପି ନେତ୍ରୀ ଖୁସବୁ ସୁନ୍ଦରଙ୍କ କାରକୁ ଧକ୍କା ଦେଲା ଟ୍ୟାଙ୍କର; ଅଳ୍ପକେ ବର୍ତିଲେ ସୁନ୍ଦର ଦମ୍ପତି

ତାମିଲନାଡୁ: ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି ତାମିଲ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଖୁସବୁ ସୁନ୍ଦର। ସେ ଓ ତାଙ୍କ ସ୍ବାମୀ କାରରେ ଯାଉଥିବାବେଳେ ଏକ ଟ୍ୟାଙ୍କର ସେମାନଙ୍କ ଗାଡ଼ିକୁ ଧକ୍କା ଦେଇଥିଲା । କାରଟି ପୁରା ଚୁରମାର ହୋଇ ଯାଇଛି, ତେବେ ଖୁସବୁ ଓ ତାଙ୍କ ପତି ଆଶ୍ଚର୍ଯ୍ୟଜନକ ଭାବରେ ରକ୍ଷା ପାଇ ଯାଇଛନ୍ତି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଖୁସବୁ ଟ୍ବିଟ୍ କରି ଦୁର୍ଘଟଣା ଓ ପୁଲିସ ତଦନ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆମ ଉପରେ ପ୍ରଭୁ ମୁରୁଗାନଙ୍କ ଆଶୀର୍ବାଦ ରହିଛି । ଫଳରେ ଆମେ ଏତେବଡ଼ ଦୁର୍ଘଟଣାରୁ ବର୍ତି ଯାଇଛୁ । ଏହା ପଛରେ କିଛି ଷଡ଼ଯନ୍ତ୍ର ଅଛି କି ନାହିଁ ସେ ସମ୍ପର୍କରେ ପୁଲିସ ଟ୍ୟାଙ୍କର ଡ଼୍ରାଇଭରକୁ ପଚରାଉଚରା କରୁଛି ।

Comments
Loading...