ଡେଙ୍ଗା ପିଲା ହୋଇପାରନ୍ତି ମେଦବହୁଳତାର ଶିକାର: ଅଧ୍ୟୟନ

ଏକ ନୂଆ ଅଧ୍ୟୟନ ଅନୁଯାୟୀ, ଯେଉଁ ପିଲାମାନେ ବୟସ ତୁଳନାରେ ଅପେକ୍ଷାକୃତ ଡେଙ୍ଗା, ସେମାନଙ୍କଠାରେ ମୋଟାପଣ ହେବାର ଆଶଙ୍କା ଅଧିକ ଥାଏ। ‘ଓ଼ବେସିଟି’ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ ଅନୁସନ୍ଧାନକାରୀମାନେ ୨୦ ଲକ୍ଷ ୮୦ ହଜାର ଶିଶୁଙ୍କ ସ୍ୱାସ୍ଥ୍ୟ ରେକର୍ଡ ଯାଞ୍ଚ କରିଥିଲେ, ଯେଉଁମାନଙ୍କର ୨ରୁ ୧୩ ବର୍ଷ ବୟସ ମଧ୍ୟରେ ପରୀକ୍ଷା କରାଯାଇଥିଲା। ୪ ବର୍ଷ ପରେ ସେମାନଙ୍କର ପୁଣି ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା ଓ ଜଣାପଡିଥିଲା ଯେ କମ ଉଚ୍ଚତା ପିଲାମାନଙ୍କ ଅପେକ୍ଷା ଡେଙ୍ଗା ପିଲାମାନଙ୍କର ଶରୀରର ମାସ୍ ଇଣ୍ଡେକ୍ସ ଅଧିକ ରହିଛି।

ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ମୁଖ୍ୟ ଗବେଷକ ତଥା ଏହି ଗବେଷଣାତ୍ମକ ନିବନ୍ଧର ମୁଖ୍ୟ ଲେଖକ ଡେଭିଡ ଏସ୍ ଫ୍ରିଡମ୍ୟାନ୍ ସୁଚନା ଦେଇଛନ୍ତି ଯେ ଆରମ୍ଭରେ ସବୁଠାରୁ ପତଳା ଥିବା ଡେଙ୍ଗା ପିଲାମାନଙ୍କ କ୍ଷେତ୍ରରେ ଦ୍ୱିତୀୟ ଥର ବେଳକୁ ମୋଟାପଣ ୫୩.୪ ପ୍ରତିଶତ ଥିଲା।

Comments are closed.