ଆଜି ଶପଥ ନେବନି ତାଲିବାନ ସରକାର!

ଗ୍ରହଣ ଉତ୍ସବରେ ଯୋଗ ଦେବନି ଋଷ୍

କାବୁଲ : ଆଫଗାନିସ୍ତାନର ତାଲିବାନ ସରକାର ଏହାର ପ୍ରସ୍ତାବିତ ଶପଥ ଗ୍ରହଣ ଉତ୍ସବ ସମୟକୁ ପରିବର୍ତ୍ତନ କରିଛି। ତାଲିବାନ ସରକାର ସେପ୍ଟେମ୍ବର ୧୧ (୯/୧୧) ତାରିଖରେ ଶପଥ ଗ୍ରହଣ କରିବାକୁ ଦିନ ଧାର୍ଯ୍ୟ କରିଥିବାବେଳେ ଏହାକୁ ନେଇ ଆମେରିକା କ୍ଷୁବ୍ଧ ହୋଇଛି । ଫଳରେ ଏହାକୁ ନେଇ ତାଲିବାନ ସରକାର ଏହାର ଶପଥ ଗ୍ରହଣ ଉତ୍ସବ ଦିନକୁ ପରିବର୍ତ୍ତନ କରିଛି । ୨୦୦୧ର ଏହି ଦିନରେ ଆତଙ୍କବାଦୀ ସଂଗଠନ ଅଲ-କାଏଦା ଆମେରିକାର ୪ଟି ସ୍ଥାନରେ ଆକ୍ରମଣ ଘଟାଇଥିଲା । ଏଥିରେ ଆମେରିକାର ୩୦୦୦ ନାଗରିକ ପ୍ରାଣ ହରାଇଥିଲେ । ଆମେରିକା ଉପରେ ଅଲ-କାଏଦା ଆକ୍ରମଣକୁ ୨୦ବର୍ଷ ପୂରଣ ହେଉଥିବାବେଳେ ଏହି ଦିନ ତାଲିବାନ ସରକାର ଶପଥ ନେବା ଏକ ଉତ୍ତେଜନା ପରିସ୍ଥିତି ସୃଷ୍ଟିର ଆଶଙ୍କା ସୃଷ୍ଟି କରିଛି। ଅନ୍ୟପଟେ ତାଲିବାନ ସରକାରର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ରୁଷ୍ ମନା କରିିଛି।

Comments are closed.