ହେରିଟେଜ୍ ଭିଜନ ଟ୍ୟାଲେଣ୍ଟ ଅଲିମ୍ପିଆଡ୍ ୨୦୧୯: ଅର୍ପିତା ମିଶ୍ର ହେଲେ ଚତୁର୍ଥ ଯୁବ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ହେରିଟେଜ୍ ଭିଜନ ସୋସିଆଲ ଫାଉଣ୍ଡେସନ ଦ୍ୱାରା ଅନୁଷ୍ଠିତ ରାଜ୍ୟସ୍ତରୀୟ “ଟ୍ୟାଲେଣ୍ଟ ଅଲିମ୍ପିଆଡ୍ ଯୁବ ପ୍ରଧାନମନ୍ତ୍ରୀ ୨୦୧୯”ର ଉଦଯାପନ ଉତ୍ସବ ଓଡିଶୀ ଗବେଷଣା କେନ୍ଦ୍ର ଅଡିଟୋରିୟମରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରତିଯୋଗୀତାର ବିଭିନ୍ନ ପର୍ୟ୍ୟାୟରେ ସର୍ବୋକ୍ତୃଷ୍ଟ ପ୍ରଦର୍ଶନ କରିଥିବା ପ୍ରତିଯୋଗୀ ନିର୍ମଳା କନଭେନଟ ସ୍କୁଲର ଅର୍ପିତା ମିଶ୍ରଙ୍କୁ ରାଜ୍ୟର ଚତୁର୍ଥ(୨୦୧୯) ଯୁବ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରାଯାଇଛି। ଏହା ବ୍ୟତିତ ପୁରୀ ଡିଏଭି ସ୍କୁଲର ବିପାସା ରାଜ୍ ଏବଂ ସେନଟ ସ୍କୁଲ, କୋରାପୁଟର ଶୀତଲ ମହାନ୍ତଙ୍କୁ ମିଳିତ ରନର୍ସ ଅପ୍ ଭାବେ ବିଚାରକ ମଣ୍ଡଳୀ ମନୋନୀତ କରିଛନ୍ତି। ଭୁବନେଶ୍ୱର ମଡର୍ଣ ପବ୍ଲିକ ସ୍କୁଲର ସାର୍ଥକ ମୁଖାର୍ଜୀଙ୍କୁ ୩ୟ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଜୁନିଅର ବିଭାଗରେ ଆଶୁତୋଶ କର,ଆଦିତି ଖୁଣ୍ଟିଆ ଓ ସୌମ୍ୟ ରଂଜନ ପାତ୍ର ପ୍ରମୁଖଙ୍କୁ ସର୍ବୋକ୍ତୃଷ୍ଟ ପ୍ରଦର୍ଶନ ପାଇଁ ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯାଇଥିଲା।

ହେରିଟେଜ୍ ଭିଜନ ଟ୍ୟାଲେଣ୍ଟ ଅଲିମ୍ପିଆଡ୍ ର ଉଦ୍ୟାପନ ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଧାୟକ ତଥା ‘ଦୈନିକ ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ, ମୁଖ୍ୟବକ୍ତାଭାବେ ବରିଷ୍ଠ ନାଟ୍ୟକାର ଓ ସମାଜସେବୀ ଅନନ୍ତ ମହାପାତ୍ର ଏବଂ ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଓଡିଶା ହାଉସିଂବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇଥିଲେ।

ହେରିଟେଜ୍ ଭିଜନ ଏଡୁକେସନାଲ ଟ୍ରଷ୍ଟର ସମାଜସେବା ଶାଖା ହେରିଟେଜ୍ ଭିଜନ ସୋସିଆଲ ଫାଉଣ୍ଡେସନ ଦ୍ୱାରା ଅନୁଷ୍ଠିତ ଏହି
ରାଜ୍ୟସ୍ତରୀୟ “ଟ୍ୟାଲେଣ୍ଟ ଅଲିମ୍ପିଆଡ୍ -ଯୁବ ପ୍ରଧାନମନ୍ତ୍ରୀ-୨୦୧୯” ପ୍ରତିଯୋଗୀତାରେ ରାଜ୍ୟର ୧୫୦ଟି ସ୍କୁଲର ୧୫ହଜାର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଜୋନାଲ ସ୍ତରରେ ୩୦ଜଣଙ୍କୁ ଭୁବନେଶ୍ୱର ଫାଇନାଲ୍ ପାଇଁ ମନୋନୀତ କରାଯାଇଥିଲା।
ରବିବାର ଭୁବନେଶ୍ୱରଠାରେ ଅନୁଷ୍ଠିତ ଏହି ଫାଇନାଲର ଶେଷ ପର୍ୟ୍ୟାୟରେ ନିର୍ମଳା କନଭେନଟ ସ୍କୁଲର ଅର୍ପିତା ମିଶ୍ର, ପାରଦ୍ବିପ    ଡିଏଭି ଇଫକୋ ସ୍କୁଲର ସୃତି ମହାପାତ,ପୁରୀ ଡିଏଭି ସ୍କୁଲର ବିପାସା ରାଜ୍,ସମ୍ବଲପୁର ସେନ୍ଟ ଜୋନ୍ସ ସ୍କୁଲର ସୋହମ୍ ପ୍ରକାଶ ବରାଳ,ଭୁବନେଶ୍ୱର ମଡର୍ଣ ପବ୍ଲିକ ସ୍କୁଲର ସାର୍ଥକ ମୁଖାର୍ଜ.ଭୁବନେଶ୍ୱର ବିଜେଇଏମ (୨)ସ୍କୁଲର ଅନୁଷ୍କା ପୁରୋହିତ, ସେନ୍ଟ ସ୍କୁଲ, କୋରାପୁଟର ଶୀତଲ ମହାନ୍ତି ଶେଷ ପର୍ୟ୍ୟାୟରେ ପହଞ୍ଚି ଥିଲେ। ଏହି ଶ୍ରେଷ୍ଠ ୭ଜଣଙ୍କ ମଧ୍ୟରୁ ଜଣଙ୍କୁ ଜୁରୀ ମାନଙ୍କ ଦ୍ୱାରା ଯୁବ ପ୍ରଧାନମନ୍ତ୍ରୀ ଘୋଷଣା କରାଯାଇଥିଲା। ମୂଖ୍ୟ ଅତିଥିଭାବେ ଯୋଗଦେଇଥିବା ବିଧାୟକ ତଥା ‘ଦୈନିକ ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ବିଜୟୀ ଯୁବ ପ୍ରଧାନମନ୍ତ୍ରୀଙ୍କୁ ୨୫ହଜାର ଟଙ୍କା ଓ ମାନପତ୍ର ଏବଂ ୧ମ ଓ ୨ୟ ରନର୍ସଅଫଙ୍କୁ ଯଥାକ୍ରମେ ୧୫ହଜାର ଓ ୫ ହଜାର ଟଙ୍କାର ଅର୍ଥ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରିଥିଲେ।

ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ଅବସରରେ ମାନ୍ୟବର ବିଧାୟକ ତଥା ‘ଦୈନିକ ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେଯେ, ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ନେତୃତ୍ୱନେବା କ୍ଷମତା ବୃଦ୍ଧି କରିବା ଦିଗରେ ହେରିଟେଜ ଭିଜନ ସୋସିଆଲ ଫାଉଣ୍ଡେସନ ଯେଉଁ ଉଦ୍ୟମ ଆରମ୍ଭ କରିଛି ତାହା ନିଶ୍ଚିତଭାବେ ପ୍ରଶଂସନୀୟ। ଏହି ଉଦ୍ୟମ ଜାରି ରଖିବାପାଉଁ ସେ ଆହ୍ୱାନ କରିଥିଲେ। ବିଜୟୀ ପ୍ରତୀଯୋଗୀଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟବକ୍ତାଭାବେ ଯୋଗଦେଇଥିବା ବରିଷ୍ଠ ନାଟ୍ୟକାର ଓ ସମାଜସେବୀ ଅନନ୍ତ ମହାପାତ୍ର କହିଥିଲେଯେ, ଏହିଭଳି ପ୍ରତିଯୋଗୀତା ଛାତ୍ରଛାତ୍ରୀମାନଙ୍କୁ ଗଣତନ୍ତ୍ରପ୍ରତି ନିଶ୍ଚିତଭାବେ ଆକୃଷ୍ଟ କରିବ। ସଭାରେ ଯୋଗଦେଇ ହେରିଟେଜ୍ ଭିଜନ ସୋସିଆଲ ଫାଉଣ୍ଡେସନର ମୁଖ୍ୟ ଉପଦେଷ୍ଠା ମିହିର ପଟ୍ଟନାୟକ କହିଥିଲେଯେ, ପ୍ରତିଯୋଗୀତାରେ ଅଶଂଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ତାଙ୍କୁ ଅଭିଭୂତ କରିଛି। ହେରିଟେଜ୍ ଭିଜନ ସୋସିଆଲ ଫାଉଣ୍ଡେସନର ମୁଖ୍ୟ ମହେଶ ପଟ୍ଟନାୟକ ଏହାକୁ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧି ଦିଗରେ ଏକ ଚମକ୍ତାର ପଦକ୍ଷେପ ବୋଲି ବର୍ଣନା କରିବାସହ ଆଗାମୀ ଦିନରେ ଏହିଭଳି ଅନେକ କାର୍ୟ୍ୟକ୍ରମ ହାତକୁ ନିଆଯିବ ବୋଲି କହିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ, “ଟ୍ୟାଲେଣ୍ଟ ଅଲିମ୍ପିଆଡ୍-ଯୁବପ୍ରଧାନମନ୍ତ୍ରୀ”ର ପୂର୍ବବର୍ଷ ପ୍ରତିଯୋଗୀତା ଗୁଡିକରେ ଭୁବନେଶ୍ୱରସ୍ଥିତ ଡି.ଏ.ଭି.ଚନ୍ଦ୍ରଶେଖରପୁର ସ୍କୁଲର ଅନନ୍ୟା ସିଂହ (୨୦୧୬), ରାଉରକେଲାର ଶ୍ରେୟମ ଶର୍ମା (୨୦୧୭) ଏବଂ ଭୁବନେଶ୍ବର ବିଜେବି ଇଂଲିସ ମିଡିୟମ ସ୍କୁଲ ଶ୍ୱେତା ସୌନ୍ଦର୍ୟ୍ୟା ଦାସ (୨୦୧୮) ରେ ଯୁବ ପ୍ରଧାନମନ୍ତ୍ରୀ ହେବାର ଗୌରବ ହାସଲ କରିଥିଲେ।

Comments are closed.