ତାଳପଦରରେ ଦକ୍ଷିଣକାଳୀ ପୂଜା

ତାଳପଦର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ତାଳପଦର ନିକଟସ୍ଥ ଉତାଲି ନଦୀ ପାର୍ଶରେ ଅବସ୍ଥିତ ଦକ୍ଷିଣ କାଳୀ ମନ୍ଦିରରେ କାଳୀପୂଜା ଏବଂ ଯୁଗାର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ସକାଳେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରାଯାଇଥିଲା । ଏହାପରେ ଅନ୍ୟ ଦେବତାଙ୍କ ପୁଜା, ସୂର୍ଯ୍ୟପୂଜା, ଦ୍ୱାରପାଳ ପୁଜା ପରେ କାଳୀଦେବୀଙ୍କ ଷୋଡଶ ଉପଚାର ପୂଜା, ଚଣ୍ଡିହୋମ, ଆରତୀ, ପୁଷ୍ପାଂଜଳୀ ଆଦି ପୂଜା ନୀତି  ନିଷ୍ଠାର ସହିତ ସମ୍ପନ୍ନ ହୋଇଯାଇଛି । ସୁବ୍ରତ ମିଶ୍ର ଓ ବବଲି ମିଶ୍ର ସପତ୍ନୀକ ପୂଜାକାର୍ଯ୍ୟର କର୍ତ୍ତା ଦାୟିତ୍ୱ ବହନ କରିଥିବା ବେଲେ ମୂଖ୍ୟ ପଣ୍ଡିତ ସିଦ୍ଧେଶ୍ୱର ସାବତଙ୍କ ପୌରୋହିତ୍ୟରେ ପଣ୍ଡିତମାନେ ପୂଜାକାର୍ଯ୍ୟକୁ ସଂପାଦନ କରିଥିଲେ । ବିଜୟ କୁମାର ସାହୁ, ପରେଶ ପଧାନ, ରୋହନ ନାଗଙ୍କ ସମେତ ବିଭିନ୍ନ ଭକ୍ତବୃନ୍ଦ ମାନସିକ କରି ମାଆଙ୍କୁ ଯୁଗାର ଅର୍ପଣ କରିଥିଲେ । ବିଜେପୁର ବିଧାୟିକା ରିତା ସାହୁଙ୍କ ସମେତ ବହୁ ଶ୍ରଦ୍ଧାଳୁ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ମନ୍ଦିର ପରିସରରେ ନବ ନିର୍ମିତ ଶିବମନ୍ଦିରର ରତ୍ନମୂଦ ଉତ୍ସବ ଶ୍ରଦ୍ଧାଳୁ ଭରତ ଭଂଜଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ପ୍ରଶାନ୍ତ ମିଶ୍ରଙ୍କ ତତ୍ୱାବଧାନରେ ଆୟୋଜିତ ପୂଜା କାର୍ଯ୍ୟକ୍ରମ ଏବଂ ଅନ୍ନ ପ୍ରସାଦ ବିତରଣରେ ତାଳପଦର ଗ୍ରାମବାସୀ ତଥା ଅଂଚଳବାସୀ ସହଯୋଗ କରିଥିଲେ। ରବିବାର ମାଆଙ୍କର ଭ​ସାଣୀ ଯାତ୍ରା ତଥା ବିସର୍ଜନ କରାଯିବାର କାର୍ଯ୍ୟକ୍ରମ ରହିଛି।

Comments are closed.