ତାଳପଦର ଉଚ୍ଚ ବିଦ୍ୟାଳୟରେ ମହାପୁରୁଷଙ୍କ ଚିତ୍ର: ନାହାନ୍ତି ଗାନ୍ଧିଜୀ, ଭଲଭାବେ ଅଙ୍କାଯାଇନାହିଁ ସୁବାଷ ବୋଷଙ୍କ ଚିତ୍ର

ତାଳପଦର: ବିଜେପୁରର ତାଲପଦର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ପୁରୁଣା ଘର ନବୀକରଣ ହୋଇଥିବା ବେଳେ ହତାରେ ବିଭିନ୍ନ ମହାପୁରୁଷଙ୍କ ଚିତ୍ର ସ୍ଥାନ ପାଇଛି। ମାତ୍ର ସେମାନଙ୍କ ମଧ୍ୟରେ ଜାତିର ପିତା ମାହାତ୍ମା ଗାନ୍ଧୀଙ୍କ ଚିତ୍ର ନଥିବା ବେଳେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଚିତ୍ର ଉପଯୁକ୍ତ ଭାବେ ଅଙ୍କା ଯାଇନାହିଁ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏ ଦିଗରେ ବରଗଡ଼ ଜିଲ୍ଲାପାଳ, ବିଜେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୃଷ୍ଟି ଦେବାକୁ ସଧାରଣରେ ଦାବି ହେଉଛି।

Comments are closed.