ତାଇୱାନରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ଥ : ପ୍ରତିରକ୍ଷା ବିଭାଗ ମୁଖ୍ୟ ଅଧିକାରୀଙ୍କ ମୃତ୍ୟୁ

ତାଇପେଇ : ତାଇୱାନର ପାହାଡି ଅଞ୍ଚଳରେ ଗୁରୁବାର ଏକ ହେଲିକପ୍ଟର ଦୁର୍ଘଣାରେ ପ୍ରତିରକ୍ଷା ବିଭାଗ ମୁଖ୍ୟ ଅଧିକାରୀଙ୍କ ସମେତ ୮ଜଣ ସୈନିକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏନେଇ ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁସାରେ, ୟୁଏଚ୍‌-୬୦ଏମ୍‌ ହେଲିକପ୍ଟରରେ ପ୍ରତିରକ୍ଷା ବିଭାଗ ମୁଖ୍ୟ ଅଧିକାରୀଙ୍କ ସମେତ ୧୩ଜଣ ୟିନାଲ କାଉଣ୍ଟିଂକୁ ଯାତ୍ରା କରୁଥିବାବେଳେ ତାଇପେଇ ନିକଟସ୍ଥ ପାହାଡ଼ରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ଥ ହୋଇଥିଲା। ଏଥିରେ ପ୍ରତିରକ୍ଷା ବିଭାଗ ମୁଖ୍ୟ ଅଧିକାରୀ ଜେନେରାଲ ଶେନ୍‌ ୟି ମିଙ୍ଗ୍‌(୬୨)ଙ୍କ ସମେତ ୮ଜଣଙ୍କର ମୃତ୍ୟୁ ହୋଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏପରି ହୋଇଥିବା ଅନୁମାନ କରାଯାଉଛି।

Comments are closed.