ତୈମୁରଙ୍କ ସପିଂ

ମୁମ୍ବଇ : ଡିସେମ୍ବର ୨୦ରେ କୁନି ନବାବ୍ ତୈମୁର ଅଲୀ ଖାନ୍୍‌ଙ୍କ ୩ୟ ଜନ୍ମଦିନକୁ ପରିବାରଲୋକ ଖୁବ୍ ଜାକଜମକରେ ପାଳନ କରିଛନ୍ତି। ସୈଫ୍ ଓ କରୀନାଙ୍କ ଏଇ ଦୁଷ୍ଟ ପୁଅର ଜନ୍ମଦିନରେ ବଲିଉଡ ତାରକାମାନେ ନିଜ ପିଲାଙ୍କ ସହ ପହଞ୍ଚିଥିଲେ। କରୀନା ଏକ ସାକ୍ଷାତକାର୍‌ରେ କହିଥିଲେ, ତୈମୁର୍‌ ଏଥରକ ଜିଦ୍ କରିଛନ୍ତି ତାଙ୍କ ଜନ୍ମଦିନରେ ୨ଟି କେକ୍ ଅଣାଯିବ। ଗୋଟିଏ ସାଣ୍ଟା କ୍ଲସ୍ କେକ୍ ଓ ଅନ୍ୟଟି ହଲ୍‌୍କ କାର୍ଟୁନ୍ କେକ୍। ଗେହ୍ଲା ପୁଅର ବରାଦ୍ ଅନୁସାରେ ସାଣ୍ଟା କ୍ଲସ୍ କେକ୍ ଅଣାଯାଇଥିଲା। ସୈଫ୍ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ସ୍ବତନ୍ତ୍ର ଭାବେ ଅପ୍ୟାୟିତ କରିଥିଲେ। କେକ୍ ଓ ସ୍ନାକ୍ସ ଦେବା ସହ ତୈମୁର୍‌ ତରଫରୁ ଧନ୍ୟବାଦ ଜଣାଇଥିଲେ। ଜନ୍ମଦିନ ପାଳନ ପରେ ଏବେ ତୈମୁର୍‌ ବଡ଼ଦିନ ଓ ନୂଆ ବର୍ଷ ସପିଂ ମା’ କରୀନାଙ୍କ ସହ କରୁଥିବାର ଦେଖାଯାଇଛି। ମୁମ୍ବଇର ଏକ ବଡ଼ ସପିଂ ମଲ୍‌ରୁ ମା’ଙ୍କ ସହ କିଣାକିଣି କରି ଫେରୁଥିବାବେଳେ ଗଣମାଧ୍ୟମ ଦୃଷ୍ଟିରୁ ବର୍ତ୍ତିପାରିନଥିଲେ। ମିଳିଥିବା ଖବର ଅନୁସାରେ, ସୈଫ୍ ଏଥର ସପରିବାର ନୂଆ ବର୍ଷ ପାଇଁ ହଲାଣ୍ଡ ଯିବାର ଯୋଜନା କରିଛନ୍ତି।

Comments are closed.