ବିଦ୍ୟୁତ ବିଲ୍ ଆଦାୟ ସମୟରେ ଆକ୍ରମଣ ଅଭିଯୋଗ

ସମ୍ବଲପୁର: ସମ୍ବଲପୁରର ବଡବଜାର ଅଞ୍ଚଳରେ ବିଦ୍ୟୁତ ବିଲ ଆଦାୟ ସମୟରେ ଜଣେ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିବା କ୍ଷେତରାଜପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ବଡବଜାର ଅଞ୍ଚଳକୁ ବକେୟା ବିଲ ଆଦାୟ ନିମନ୍ତେ ବିଦ୍ୟୁତ କମ୍ପାନୀର କର୍ମଚାରୀମାନେ ଯାଇଥିବା ବେଳେ ସେଠାରେ ଜଣେ ଯୁବକ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଏହାପରେ କ୍ଷେତରାଜପୁର ଥାନାରେ ଅଭିଯୋଗ ହେବାରୁ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି। ଅପରପକ୍ଷରେ ବିଦ୍ୟୁତ ବିଲ ଆଦାୟ ସମୟରେ କମ୍ପାନୀର କର୍ମଚାରୀମାନେ ଦୁର୍ବ୍ୟବହାର କରୁଥିବାର ଅଭିଯୋଗ ବାରମ୍ବାର ହୋଇ ଆସୁଛି। ଏ ନେଇ ବିଗତ ଦିନରେ କେତେକ ସ୍ଥାନରେ ଅଞ୍ଚଳବାସୀ ଓ ବିଦ୍ୟୁତ କର୍ମଚାରୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବାର ପରିଲକ୍ଷିତ ହୋଇଛି।

 

Comments are closed.