ଟି-୨୦ ବିଶ୍ବକପରେ ଭାରତର ଦମଦାର ବିଜୟ, ସ୍କଟଲାଣ୍ଡକୁ ୮ୱିକେଟରେ ହରାଇଲା ଭାରତ

ଦୁବାଇ : ଟି-୨୦ ବିଶ୍ବକପରେ ଭାରତର ଦମଦାର ବିଜୟ। ସ୍କଟଲାଣ୍ଡକୁ ୮ୱିକେଟରେ ହରାଇଲା ଭାରତ। ବିଜୟ ପାଇଁ ୮୬ରନ୍‌ର ପିଛା କରୁଥିଲା ଭାରତ। ବିଜୟ ଲକ୍ଷ୍ୟକୁ ୬.୩ ଓଭରରେ ହାସଲ କଲା ଭାରତ। ରୋହିତ ଶର୍ମାଙ୍କ ୧୬ ବଲରୁ ୩୦ ରନ ହାସଲ କରିଥିବାବେଳେ କେ.ଏଲ ରାହୁଲଙ୍କ ୧୮ ବଲରୁ ୫୦ରନ ସ୍କୋର କରିଛନ୍ତି।

ଏହି ମ୍ୟାଚରେ ସ୍କଟଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ସ୍କଟଲାଣ୍ଡ ୧୭.୪ ଓଭରରେ ୮୫ ରନ କରି ଅଲଆଉଟ ହୋଇଯ଼ାଇଥିଲା । ସ୍କଟଲାଣ୍ଡର କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ସାମନାରେ ବେଶୀ ସମୟ ତିଷ୍ଟି ପାରିନଥିଲେ । କେବଳ ମୁନସୀ ୨୪ ଓ ଲିସକ ୨୧ ରନ କରିପାରିଥିଲେ। ଭାରତ ପକ୍ଷରୁ ମହମ୍ମଦ ସମୀ ଓ ରବୀନ୍ଦ୍ର ଜାଦେଜା ୩ଟି ଲେଖାଏଁ ୱିକେଟ ନେଇଥିଲେ। ବୁମରା ୨ଟି ଓ୍ବିକେଟ ନେଇଥିଲେ। ଦୁବାଇଠାରେ ଖେଳାଯାଇଥିବା ଟି୨୦ ବିଶ୍ବକପ ଗ୍ରୁପ-୨ର ମ୍ୟାଚରେ ଭାରତ ସ୍କଟଲାଣ୍ଡକୁ ୮ ଓ୍ବିକେଟରେ ପରାସ୍ତ କରିଛି। ସ୍କଟଲାଣ୍ଡ ଦ୍ବାରା ରଖାଯ଼ାଇଥିବା ୮୬ରନର ଲକ୍ଷ୍ୟକୁ ଭାରତ ମାତ୍ର ୬.୩ ଓଭରରେ ହିଁ ୨ ଓ୍ବିକେଟ ହରାଇ ବିଜୟ ହାସଲ କରିନେଇଥିଲା।

Comments are closed.