ଟି-୨୦ କ୍ରିକେଟ: ଭାରତ ୧୬୩/୩, ନ୍ୟୁଜିଲାଣ୍ଡ ୫ ଓଭରରେ ୩୨/୩

ଡେସ୍କ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଚାଲିଥିବା ପଞ୍ଚମ ତଥା ଅନ୍ତିମ କ୍ରିକେଟ ଟି-୨୦ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡ ପାଇଁ ୧୬୪ ରନର ଟାର୍ଗେଟ ଦେଇଛି। ଆଜିର ମ୍ୟାଚରେ ବିରାଟ କୋହଲି ଖେଳୁ ନ ଥିବାରୁ ରୋହିତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କ୍ୟାପଟେନ ରୋହିତ ଶର୍ମା ସର୍ବାଧିକ ୬୦ ରନ ସଂଗ୍ରହ କରିଥିବା ବେଳେ ଲୋକେଶ ରାହୁଲ ୪୫ ଏବଂ ଶ୍ରେୟସ ୩୩ ରନ ସ୍କୋର କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ନ୍ୟୁଜିଲାଣ୍ଡ ୫ ଓଭରରେ ୩ ଉଇକେଟ ହରାଇ ୩୨ ରନ ସଂଗ୍ରହ କରିଛି। ଏହି ଶୃଙ୍ଖଳାରେ ଭାରତ ୪ଟି ମ୍ୟାଚ୍‍ ଜିତିଥିବା ବେଳେ ଆଜିର ମ୍ୟାଚ୍‍ ଜିତି ନୂଆ କୀର୍ତ୍ତିମାନ ସ୍ଥାପନ କରିବାର ଲକ୍ଷ୍ୟ ରଖିଛି।

Comments are closed.