ନଟରାଜନ୍‌ଙ୍କ ପାଇଁ ସୁଯୋଗ

ସିଡ଼ନୀ : ୨ୟ ଟେଷ୍ଟରେ ୫ ଜଣ ବୋଲରଙ୍କୁ ନେଇ ବେଶ୍‌ ସଫଳ ହୋଇଥିବା ଭାରତ ସିଡ୍‌ନୀରେ ମଧ୍ୟ ଏହି ରଣନୀତି ବଜାୟ ରଖିପାରେ। ଦ୍ରୁତ ବୋଲର ଉମେଶ ଯାଦବ ୨ୟ ଟେଷ୍ଟର ୨ୟ ଇନିଂସରେ ଆହତ ହୋଇଥିଲେ। ଯଦି ସେ ୨ୟ ଟେଷ୍ଟ ବେଳକୁ ଫିଟ୍ ନ ହୁଅନ୍ତି; ତେବେ ତାଙ୍କ ସ୍ଥାନରେ ବାମହାତି ପେସ୍ ବୋଲର ଟି. ନଟରାଜନ୍‌ଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବାର ଚର୍ଚ୍ଚାହେଉଛି। ମହମ୍ମଦ ସାମିଙ୍କ ସ୍ଥାନରେ ସାର୍ଦ୍ଦୁଳ ଠାକୁର ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି। ନଟରାଜନ୍ ଦଳରେ ନଥିଲେ ମଧ୍ୟ ତାଙ୍କୁ ଅଷ୍ଟ୍ରେଲିଆରେ ରଖାଯାଇଛି। ଉମେଶ ଯାଦବଙ୍କ ସ୍ଥାନରେ ନଟରାଜନ୍‌ଙ୍କୁ ଖେଳାଇବା କଥା ବିଚାର କରାଯାଉଛି। ୩ୟ ପେସ୍ ବୋଲର ଭାବେ ନବଦୀପ ସୈନି ମଧ୍ୟ ରହିଛନ୍ତି। ତେବେ ବୋଲିଂରେ ବିବିଧତା ପାଇଁ ନଟରାଜନଙ୍କୁ ଖେଳାଇବା କଥା ଭାରତୀୟ ଦଳ ବିଚାର କରୁଛି। ବାମହାତି ପେସ୍ ବୋଲର ଖେଳିବା ଦ୍ବାରା ତାଙ୍କ ଜୋତା ଦାଗ ଯୋଗୁଁ ଅଫ୍‌ସ୍ପିନର ଆର୍. ଅଶ୍ବିନ ଫାଇଦା ପାଇବେ। ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍‌ରେ ନଟରାଜନ୍ ୩ଟି ମ୍ୟାଚ୍‌ରୁ ୬ଟି ୱିକେଟ୍ ନେଇଥିଲେ। ମେଲ୍‌ବୋର୍ଣ୍ଣରେ ଟେଷ୍ଟ ପଦାର୍ପଣ କରି ୫ଟି ୱିକେଟ ନେଇଥିବା ମହମ୍ମଦ ସିରାଜ୍‌ ଖେଳିବା ନିଶ୍ଚିତ।

Comments are closed.