ରେଳଧାରଣାରୁ ମିଳିଲା କର୍ଣ୍ଣାଟକ ଉପବାଚସ୍ପତିଙ୍କ ମୃତଦେହ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନ ପରିଷଦର ଉପବାଚସ୍ପତି ଏସଏଲ୍ ଧର୍ମେଗୌଡ଼ାଙ୍କ ମୃତଦେହ ସୋମବାର ବିଳମ୍ବିତ ରାତିରେ ରେଳଧାରଣାରୁ ମିଳିଛି। ତାଙ୍କ ମୃତଦେହ ନିକଟରୁ ପୁଲିସ ଏକ ସୁଇସାଇଡ୍ ନୋଟ ମଧ୍ୟ ଜବତ କରିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହ ସ୍ପଷ୍ଟ ଜଣାପଡ଼ି ନାହିଁ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଧର୍ମେଗୌଡ଼ା ଘରୁ କେଉଁଆଡ଼େ ପଳାଇଥିଲେ। ଯାହାକୁ ପରିବାର ଲୋକେ ବହୁତ ଚିନ୍ତାରେ ଥିଲେ। ତେବେ ରାତି ପ୍ରାୟ ୨ଟା ବେଳେ ତାଙ୍କର ମୃତଦେହ ରେଲୱେ ଟ୍ରାକ୍‌ରୁ ମିଳିଥିଲା। ଧର୍ମେଗୌଡ଼ାଙ୍କ ମୃତ୍ୟୁ ବିରୋଧୀ ଜେଡିଏସ ପାଇଁ ଶକ୍ତ ଝଟ୍‌କା। ତାଙ୍କ ମୃତ୍ୟକୁ ନେଇ ଜେଡିଏସ୍ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ା ଶୋକ ପ୍ରକାଶ କରିଛନ୍ତି। ଧର୍ମେଗୌଡ଼ା ଜଣେ ଶାନ୍ତ ସ୍ୱଭାବର ବ୍ୟକ୍ତି ଥିଲେ ଓ ଦଳ ପ୍ରତି ନିଷ୍ଠାବାନ ଥିଲେ ବୋଲି ଦେବେଗୌଡ଼ା କହିଛନ୍ତି।

 

 

Comments are closed.