ଜୁନ୍‌ ୧୦ରେ ଟ୍ବେଣ୍ଟି୨୦ ବିଶ୍ବକପ୍ ଆୟୋଜନ ନିଷ୍ପତ୍ତି

ଦୁବାଇ : ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର ୧୫ରୁ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଟ୍ବେଣ୍ଟି୨୦ ବିଶ୍ବକପ୍ ଆୟୋଜିତ ହେବାର ଅଛି। ତେବେ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ବିଶ୍ବକପ୍‌ ନିର୍ଦ୍ଧାରିତ ସମୟରେ ଆୟୋଜିତ ହୋଇପାରିବ କି ନାହିଁ ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏ ସଂପର୍କରେ ନିଷ୍ପତ୍ତି ନେବାକୁ ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିିସି) ବୋର୍ଡର ବୈଠକ ଅନୁଷ୍ଠିତ ହେବାର ଥିଲା। ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ବିଭିନ୍ନ ଦେଶର କ୍ରିକେଟ୍‌ ବୋର୍ଡ ସଦସ୍ୟମାନେ ନାନା ପ୍ରସଙ୍ଗରେ ଆଲୋଚନା କରିଥାନ୍ତେ। ତେବେ ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ବୈଠକକୁ ସ୍ଥଗିତ ରଖାଯିବା ସହ ପରବର୍ତ୍ତୀ ବୈଠକ ଜୁନ୍‌ ୧୦ରେ ହେବ ବୋଲି ସ୍ଥିର ହୋଇଛି। ତେଣୁ ଜୁନ୍‌ ୧୦ରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଆୟୋଜନ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଆଶା ରହିଛି।

ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ଆଇସିସି ବୈଠକରେ ବିସିିସିଆଇ ସହ ଟିକସ ବିବାଦକୁ ନେଇ ରହିଥିବା ପ୍ରସଙ୍ଗର ଆଲୋଚନା ହେବାର ଥିଲା। ବୈଠକ ସ୍ଥଗିତ ରହିଥିବାରୁ ସମସ୍ତ ପ୍ରସଙ୍ଗରେ ଆଲୋଚନା ଆସନ୍ତା ଜୁନ୍‌ ୧୦ରେ ହେବ ବୋଲି ଜଣାପଡ଼ିଛି।

Comments are closed.