ଟି-୨୦ ବିଶ୍ବକପ: ଟସ ଜିତିଲା ନ୍ୟୁଜିଲାଣ୍ଡ, ବ୍ୟାଟିଂ କରିବ ଭାରତ

ଦୁବାଇ: ଆଇସିସି ଦ୍ୱାରା ପରିଚାଳିତ ଚଳିତ ଟି-୨୦ ବିଶ୍ୱକପ୍‌ର ଅନ୍ୟତମ ପ୍ରତୀକ୍ଷିତ ମୁକାବିଲାରେ ରବିବାର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଭରତ ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଛନ୍ତି। ଭାରତ-ନ୍ୟୁଜିଲାଣ୍ଡ ମୁକାବିଲାରେ ଟସ୍‌ ଜିଣି ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ବ୍ୟାଟିଂ କରିବ ବୋଲି ଜଣାପଡ଼ିଛି।

ସେମିଫାଇନାଲ୍‌ ପ୍ରବେଶ ଦୃଷ୍ଟିରୁ ଭାରତ ପାଇଁ ଏହି ମ୍ୟାଚ୍‌ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି। ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଟିମ୍‌ ଇଣ୍ଡିଆ ପାଇଁ କର ବା ମର ସଦୃଶ ହେବ ହୋଇଥିବାବେଳେ ହାରିଲେ ସେମିଫାଇନାଲ୍‌ ଖେଳିବା ଭାରତ ପାଇଁ ଅତ୍ୟନ୍ତ କଷ୍ଟକର ହୋଇଯିବ। ଜିତିଲେ କିନ୍ତୁ ସେମିଫାଇନାଲ୍‌ ପ୍ରବେଶ ସମ୍ଭାବନା ରହିଛି। ଏପର୍ଯ୍ୟନ୍ତ ଖାତା ଖୋଲି ନଥିବା ଭାରତ ଏହାକୁ ଜିତି ଦେଶବାସୀଙ୍କୁ ଦୀପାବଳି ଭେଟି ଦେବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ପ୍ରତିପକ୍ଷ ନ୍ୟୁଜିଲାଣ୍ଡ ବି ପ୍ରଥମ ବିଜୟ ପାଇବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଛି।

Comments are closed.