ନଓ୍ବାଜୁଦ୍ଦିନଙ୍କ ଭଉଣୀ ସାୟମାଙ୍କ ପରଲୋକ

ମୁମ୍ବଇ: ବଲିଉଡ଼ର ଲୋକପ୍ରିୟ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଦିକୀଙ୍କ ଭଉଣୀ ସାୟମା ତାମସୀ ସିଦ୍ଦିକୀଙ୍କ ଶୁକ୍ରବାର ପରଲୋକ ଘଟିଛି। ସେ ଦୀର୍ଘ ୮ ବର୍ଷ ଧରି କର୍କଟ ରୋଗରେ ପୀଡିତ ଥିଲେ। ପୁଣେରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଉତ୍ତର ପ୍ରଦେଶର ବୁଧାନା ଗ୍ରାମ ସ୍ଥିତ ତାଙ୍କ ପୈତୃକ ବାସଭବନରେ ରବିବାର ସାୟମାଙ୍କ ଅନ୍ତିମ ସଂସ୍କାର କରାଯିବ।
ସୂଚନା ଅନୁସାରେ, ନଓ୍ବାଜୁଦ୍ଦିନ ଶୁଟିଂ ପାଇଁ ଏବେ ନିଜ ଭାଇ ଫୈଜୁଦ୍ଦିନଙ୍କ ସହ ଆମେରିକାରେ ଅଛନ୍ତି। ଗତବର୍ଷ ଅକ୍ଟୋବର ମାସରେ ସାମାଜିକ ଗଣମାଧ୍ୟମରେ ସିଦ୍ଦିକି ସାୟମାଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ରୋଗ ବିଷୟରେ ଜଣାଇଥିଲେ। ଏହା ସହିତ ସେ କିଭଳି ଦୃଢ ମନୋବଳ ନେଇ ରୋଗ ସହ ଲଢେଇ କରୁଥିଲେ ତାହା ମଧ୍ୟ କହିଥିଲେ।

Comments are closed.