ଜିଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଶେଷ

ବଲାଙ୍ଗିର: ବଲାଙ୍ଗିର ଜିଲା ସନ୍ତରଣ ସଂଘ ପକ୍ଷରୁ ସ୍ଥାନୀୟ ଆର ଏନ ସିଂହଦେଓ ସନ୍ତରଣଗାରରେ ବଲାଙ୍ଗିର ଜିଲା ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ମୁଖ୍ୟଅତିଥି ଭାବେ ଜିଲା ପରିଷଦ ସଭାପତି ଦେବକୀ ସାହୁ, ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷା ଲିକା ସାହୁ ଏବଂ ସିଆରପିଏଫ କମାଣ୍ଡେଟ ପବନ କୁମାର ତିୱାରୀ, ଜିଲା ସନ୍ତରଣ ସଂଘ ଉପଦେଷ୍ଟା ମୋନଜ ମିଶ୍ର, ଜିଲା ସମ୍ପାଦକ ସୁମିତ ରଂଜନ ପୁରୋହିତ ମଞ୍ଚାସିନ ଥିଲେ। ଜିଲାର ବିଭିନ୍ନ ସ୍କୁଲରୁ ୧୫୦ରୁ ଅଧିକ ଖେଳାଳି, କ୍ରୀଡା ଶିକ୍ଷକ, ଜିଲା ସନ୍ତରଣ ସଂଘ ସମସ୍ତ କର୍ମକର୍ତା ଯୋଗ ଦେଇଥିଲେ। ଏନେଇ ସବ ଜୁନିଅର ଏବଂ ଜୁନିଅର ସ୍ତରରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ଯେଉଁ ଖେଳାଳିମାନେ ଭଲ ସମୟ ଦେଇଛନ୍ତି ସେମାନେ ଆସନ୍ତା ୨୮ ରୁ ୩୦ ତାରିଖରେ ହେବାକୁଥିବା ରାଜ୍ୟ ସନ୍ତରଣ ପ୍ରତିଯୋଗିତାରେ ଭାଗନେବେ। ୨ଶହ ମିଟର ରିଲେରେ ଜ଼ିଲା ସନ୍ତରଣ ସଂଘ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ବେଳେ ପିଆର ସ୍କୁଲ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଛି। ବୁବେଲ ସ୍କୁଲ ତୃତୀୟ ସ୍ଥାନ ଗ୍ରହଣ କରିଥିବା ବେଳେ ପିପି ଏକାଡେମୀ ଚତୁର୍ଥ ସ୍ଥାନ ଗ୍ରହଣ କରିଛି।

Comments are closed.