ୟୁ ଟ୍ୟୁବ୍‌ ଚାନେଲ ଫ୍ଲିକ୍ଜ ଓଡ଼ିଆ ପାଇଁ ଗୀତ ଗାଇଲେ ସୁଇଟି

ଭୁବନେଶ୍ବର : ଆଲବମ୍‌ ଓ ଛୋଟ ପରଦାରେ ଅଭିନୟ କରି ଏକଦା ଦର୍ଶକଙ୍କୁ ପ୍ରଭାବିତ କରିଥିଲେ ମୟୂରଭଞ୍ଜ ସୁନ୍ଦରୀ ସୁଇଟି। ବେଶ୍‌ କିଛି ବର୍ଷର ବ୍ୟବଧାନ ପରେ ନୂଆବର୍ଷରେ ପୁଣି ଥରେ ସେ ମନୋରଞ୍ଜନ ଦୁନିଆକୁ ଫେରିଛନ୍ତି। ତାଙ୍କ କଣ୍ଠରେ ପ୍ରସ୍ତୁତ ହୋଇଛି ଏକ ସମ୍ବଲପୁରୀ ଗୀତ। ଯାହାର ରେକର୍ଡିଂ ନୂଆବର୍ଷର ପ୍ରଥମ ଦିନରେ ହୋଇଛି।


ସୁଇଟିଙ୍କ ସହ ଏଥିରେ ବିଷ୍ଣୁମୋହନ କବି କଣ୍ଠଦାନ କରିଛନ୍ତି। ୟୁ ଟ୍ୟୁବ୍‌ ଚାନେଲ ଫ୍ଲିକ୍ଜ ଓଡ଼ିଆ ପାଇଁ ଏହି ଗୀତ ପ୍ରସ୍ତୁତ ହୋଇଛି। ଯାହାର ପ୍ରଥମ ଧାଡ଼ି ରହିଛି- ‘ଉଇ ମା ଗୋ ତୁରୁ ଲଭ୍‌।’ ଏହି ଗୀତଟି ପୁଣିଥରେ ସୁଇଟିଙ୍କୁ ଚର୍ଚ୍ଚାକୁ ଆଣିବ ବୋଲି କୁହାଯାଉଛି।

Comments are closed.