କେସରୀ ମଲାଇ ପେଡ଼ା

ଆବଶ୍ୟକ ସାମଗ୍ରୀ
କ୍ଷୀର – ୪କପ
କେସର – ଅଳ୍ପ
୩ ଚାମଚ କ୍ଷୀରରେ ୨ ଚାମଚ କଣ୍ଣଫ୍ଲୋର ମିଶ୍ରଣ
ଗୁଜୁରାତି ଗୁଣ୍ଡ – ୧ଚାମଚ
ଚିନି – ୪ ଚାମଚ
କଟା ବାଦାମ – ୮ଟି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ର ବସାଇ ଏଥିରେ କ୍ଷୀର ପକାଇ ଭଲ ଭାବେ ଫୁଟାନ୍ତୁ। କ୍ଷୀର ଭଲ ଭାବେ ଫୁଟିବା ପରେ କେସର ପକାଇ ପୁଣି ଫୁଟାନ୍ତୁ। ଫୁଟିବା ପରେ କର୍ଣ୍ଣଫ୍ଲୋର ମିଶ୍ରଣ, ଗୁଜୁରାତି ଗୁଣ୍ଡକୁ ପକାଇ ଗୋଳାନ୍ତୁ। ଏବେ ଗ୍ୟାସରେ ଆଉ ଏକ ପାତ୍ର ବସାଇ ଚିନିରେ ସିରା ପ୍ରସ୍ତୁତ କରନ୍ତୁ। ସିରା ପ୍ରସ୍ତୁତ ହେବା ପରେ ଏହାକୁ ଥଣ୍ଡା କରନ୍ତୁ। ସିରା ଥଣ୍ଡା ହେବା ପରେ ପୂର୍ବରୁ ପ୍ରସ୍ତୁତ ହେଉଥିବା କ୍ଷୀରରେ ଏହାକୁ ପକାଇ ଭଲ ଭାବେ ଗୋଳାନ୍ତୁ। ଏହାପରେ ଏହାକୁ ଏକ ପାତ୍ରକୁ କାଢି ଚାରି କଣିଆ ଆକୃତିର କାଟି ଏହା ଉପରେ କଟା ବାଦାମ ପକାନ୍ତୁ। ପ୍ରସ୍ତୁତ ହୋଇଗଲା କେସରୀ ମଲାଇ ପେଡ଼ା।

Comments are closed.