ବଳାତ୍କାର ମାମଲାକୁ ବିରୋଧ; ଆମରଣ ଅନଶନରେ ବସିଲେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା

ନୂଆଦିଲ୍ଲୀ: ଦେଶବ୍ୟାପୀ ମହିଳାଙ୍କ ବିରୋଧରେ ବଢୁଥିବା ବଳାତ୍କାର ମାମଲାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଦିଲ୍ଲୀ ମହିଳା କମିଶନଙ୍କ ଅଧ୍ୟକ୍ଷା ସ୍ବାତି ମାଲିୱାଲ। ଏହା ପ୍ରତିବାଦରେ ସେ ଦିଲ୍ଲୀର ଜନ୍ତରମନ୍ତରଠାରେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ତେବେ ପୁଲିସ ତାଙ୍କୁ ଅନଶନ କରିବାକୁ ବାରଣ କରୁଥିବା ସେ ତାଙ୍କ ଟ୍ବିଟର ଆକାଉଣ୍ଟରେ ଦର୍ଶାଇଛନ୍ତି।

ସ୍ବାତୀ ତାଙ୍କ ଟ୍ବିଟରରେ ଲେଖିଛନ୍ତି, ପୁଲିସ ମୋତେ ଅନଶନ କରିବାକୁ ଦେଉନାହିଁ। ଜନ୍ତର-ମନ୍ତରରେ ବ୍ୟାରିକେଡ୍‌ କରି ଟେଣ୍ଟ, ମାଇକ୍‌ ଲଗାଇବାକୁ ମନା କରୁଛି। ଦେଶରେ ଜଣେ ମହିଳା ଶାନ୍ତିରେ ଅନଶନ ବି କରିପାରୁ ନାହିଁ। କେନ୍ଦ୍ର ସରକାରଙ୍କୁ କ’ଣ ପାଇଁ ଏତେ ଡର ? ସତରେ କ’ଣ ଗଣତନ୍ତ୍ର ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଆହୁରି ଲେଖିଛନ୍ତି, ଯାହା କିଛି ବି ହୋଇଯାଉ, ପୁଲିସ ଏବଂ କେନ୍ଦ୍ର ସରକାର ଯେତେ ଉଦ୍ୟମ କରନ୍ତୁ, ମୋର ଆମରଣ ଅନଶନ ଯେକୌଣସି ପରିସ୍ଥିତିରେ ବି ଜାରି ରହିବ। ଯେପର୍ଯ୍ୟନ୍ତ କେନ୍ଦ୍ର ସାରା ଦେଶରେ ଏକ ବ୍ୟବସ୍ଥା କରି ବଳାତ୍କାରୀଙ୍କୁ ୬ମାସ ମଧ୍ୟରେ ଫାଶୀ ଦଣ୍ଡ ନ ଦେଇଛି, ସେପର୍ଯ୍ୟନ୍ତ ମୁଁ ଅନଶନରୁ ଉଠିବି ନାହିଁ ବୋଲି ସ୍ବାତୀ ଚେତାବନୀ ଦେଇଛନ୍ତି।

Comments are closed.