ମହିଳାଙ୍କ ସୁରକ୍ଷା ପାଇଁ ରାଜଘାଟରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷାଙ୍କ ଅନଶନ ଜାରି, କହିଲେ ପୁଲିସ ଲାଠିକୁ ନାହିଁ ଡର

ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି ମହିଳାଙ୍କୁ ଦୁର୍ବ୍ୟବହାର ଏବଂ ଦୁଷ୍କର୍ମ। ଦେଶରେ ନ୍ୟାୟ ବ୍ୟବସ୍ଥାରେ ପରିବର୍ତ୍ତନ ସହ ମହିଳାଙ୍କୁ ସୁରକ୍ଷା ସହ ଉଚିତ ସମ୍ମାନ ଦାବିରେ ଦିଲ୍ଲୀର ଜନ୍ତରମନ୍ତର ଠାରେ ଅନଶନରେ ବସିଥିଲେ  ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷା ସ୍ବାତୀ ମାଲିୱାଲ। ମଙ୍ଗଳବାର ସନ୍ଧ୍ୟାରେ ଜନ୍ତରମନ୍ତରରେ ବହୁମାତ୍ରାରେ ପୁଲିସ ପହଞ୍ଚି ସନ୍ଧ୍ୟା ୫ଟାପରେ ଅନଶନ କରିବାର ଅନୁମତି ନଥିବା କହିବା ସହ ସ୍ବାତୀଙ୍କୁ ଅନଶନ ଭଙ୍ଗ କରିବାକୁ କହିଥିଲେ। ବହୁତ ସମୟ ଧରି ପୁଲିସ ଏବଂ ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷା ସ୍ବାତୀ ମାଲିୱାଲଙ୍କ ମଧ୍ୟରେ କଥାକଟାକଟି ପରେ ରାତି ୮ଟାରେ ପୁଲିସ ସ୍ଥାନଛାଡି ଚାଲିଯାଇଥିଲା। ଜନ୍ତରମନ୍ତର ଠାରେ ପୁଲିସ ଅନଶନ ଅନୁମତି ନଥିବା କହିବାପରେ ସ୍ବାତୀ ରାଜଘାଟରେ ଯାଇ ଅନଶନରେ ବସିରହିଛନ୍ତି। ଅନଶନରେ ସ୍ବାତୀଙ୍କ ସହ କିଛି ମହିଳାମଧ୍ୟ ସାମିଲ ହୋଇଛନ୍ତି। ସମସ୍ତଙ୍କ ମୁହଁରେ ଗୋଟିଏ କଥା ଦେଶର ବଢିଚାଲିଥିବା ମହିଳାଙ୍କ ଉପରେ ଅତ୍ୟାଚାର ଏବଂ ଦୁର୍ବ୍ୟବହାରକୁ ସମୁଳ ନାଶ କରିବା ସହ ମହିଳାଙ୍କ ଉଚିତ ସମ୍ମାନ ପ୍ରଦାନ। ଦେଶରେ ମହିଳା ଆଜି ଅସୁରକ୍ଷତି ସେମାନଙ୍କୁ ସୁରକ୍ଷା ଆବଶ୍ୟକ। ଦିଲ୍ଲୀରେ ନିର୍ଭୟା ଏବଂ ବର୍ତ୍ତମାନ ହାଇଦରାବାଦରେ ପ୍ରୀୟଙ୍କା ।ଦେଶରେ ପ୍ରତିଦିନ ଏପରି ଘଟଣା ସାମ୍ନାକୁ ଆସୁଛି। ସରକାର ଆଖି ବନ୍ଦ କରି ସବୁ ଦେଖୁଛନ୍ତି।
ରାଜଘାଟକୁ ଅନଶନ କରିବାପାଇଁ ଯିବାପୂର୍ବରୁ ସ୍ବାତୀ ଶୋସିଆଲ ମିଡିଆରେ ଲେଖିଥ୍‌ଲେ ଜନ୍ତର ମନ୍ତରଠାରେ ପୁଲିସ ଅନଶନ କରିବାପାଇଁ ଅନୁମତି ଦେଉନାହିଁ। ପୁଲିସ ଅଧିକାରୀଙ୍କ କହିବାକଥା ତାଙ୍କୁ ତାଙ୍କ ଉପର ଅଫିସରଙ୍କ ଠାରୁ ନିର୍ଦେଶ ଆସିଛି ସେ ଜନ୍ତରମନ୍ତରଠାରେ ମତେ ଅନଶନରେ ବସିବାର ଅନୁମତି ନଦେବାପାଇଁ। ସ୍ବାତୀ ଏହା ମଧ୍ୟ ଲେଖିଥିଲେ ଯେ ସେ ଅପରାଧୀ ନୁହଁନ୍ତି, ଏହା ଦୁର୍ଭାଗ୍ୟପୂର୍ଣ୍ଣ କି ତାଙ୍କୁ ଦିଲ୍ଲୀ ପୁଲିସ ସହଯୋଗ କରୁନାହିଁ। ସ୍ବାତୀ କହିଛନ୍ତି ଯାହା ବି ହେଇଯାଉ ପୁଲିସ ଏବଂ କେନ୍ଦ୍ର ସରକାର ଯେତେବି ଚେଷ୍ଟା କରିଲେ ସୁଦ୍ଧା ସେ ଅନଶନରୁ ଉଠିବେ ନାହିଁ।

ଦିଲ୍ଲୀ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଜନ୍ତର ମନ୍ତରଠାରେ ଅନଶନ କରିବାପାଇଁ ସ୍ବାତୀ ମାଲୱାଲ ଅନୁମତି ନେଇଥିଲେ କିନ୍ତୁ ତାଙ୍କ ସନ୍ଧ୍ୟା ୫ଟା ପୂର୍ବରୁ ଅନଶନର ଅନୁମତି ଥିଲା। ଏଥି ପାଇଁ ସନ୍ଧ୍ୟାରେ ତାଙ୍କୁ ଜନ୍ତର ମନ୍ତରରୁ ଅନଶନ ଭାଙ୍ଗିବା ପାଇଁ ଆବେଦନ କରାଯାଇଥିଲା।

ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ପତ୍ର, ଆଇନକୁ କଠୋର ଭାବେ ଲାଗୁ କରିବାକୁ ଅପିଲ
ସ୍ବାତୀ ମାଲୱାଲ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ରଲେଖି ଆବେଦନ କରିଛନ୍ତି ଯେ ଦୁଷ୍କର୍ମରେ ଦୋଷୀ ସାବ୍ୟସ୍ତ ହେଉଥିବା ଅଭିଯୁକ୍ତଙ୍କୁ ଏକ ମାସ ମଧ୍ୟରେ ଫାଶି ଦଣ୍ଡ ଦିଆଯାଉ ଏବଂ ପୁଲିସ ସୁରକ୍ଷାକୁ ମଧ୍ୟ ବଢାଯାଉ। ଆଇନକୁ କିପରି କଠୋର ଭାବେ ଲାଗୁ କରାଯିବ ତାହାର ବ୍ୟବସ୍ଥା କରାଯାଉ। କେବଳ ଆଇନ କାନୁନ ତିଆରି କରିଦେଲେ ହେବ ନାହିଁ ତାହାର କାର୍ୟ୍ୟକାରିତା ପ୍ରତି ଧ୍ୟାନ ଦେବାକୁ ସେ ପ୍ରଧାନମନ୍ତ୍ରୀଙ୍କ ପତ୍ରମାଧ୍ୟମରେ ଅନୁରୋଧ କରିଛନ୍ତି।

Comments are closed.