ସ୍ୱାସ୍ଥ୍ୟ ସଚେତନତା ଶିବିର

ବାଙ୍କୀ : ପଥୁରୀପଡା ସ୍ଥିତ ମା ମଙ୍ଗଳା ଯୁବ ପରିଷଦ ସଂଚାଳନରେ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ପଥୁରୀପଡା ସରସ୍ୱତୀ ଶିଶୁ ମନ୍ଦିର ସଭା ଗୃହଠାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ସଚେତନତା ଶିବିରରେ ଡାକ୍ତର ରାଜକିଶୋର ସାହୁ, ଗଙ୍ଗାଧର ଓଝା, କର୍କଟ ରୋଗ ବିଶେଷଜ୍ଞ ସୁଶାନ୍ତ କୁମାର ଶତପଥୀ, କଳ୍ପତରୁ ପଣ୍ଡା, ସମାଜସେବୀ ତ୍ରିନାଥ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଗ୍ରାମାଞ୍ଚଳରେ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସ୍ୱାସ୍ଥ୍ୟ ସଚେତନତାର ଆବଶ୍ୟକତା ରହିଥିବା ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷକ ସୋମନାଥ ଖଟୁଆଙ୍କ ସଂଯୋଜନାରେ କାର୍ଯ୍ୟକ୍ରମଟି ସଂଚାଳିତ ହୋଇଥିଲା ।

Comments are closed.