ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ମୋହନା: ସ୍ଥାନୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଭଉୟ ବାଳକ ଓ ବାଳିକା ବିଭାଗର ଜାତୀୟ ସେବା ସଂସ୍ଥା ଯୋଜନା ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ସୀମାଞ୍ଚଳ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ଶିକ୍ଷାର୍ଥୀମାନଙ୍କୁ ସ୍ଵଚ୍ଛତାର ମହତ୍ଵ, ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଳକ ବିଭାଗର ଯୋଜନା ଅଧିକାରୀ ବରିଷ୍ଠ ଅଧ୍ୟାପକ ଭଗବାନ ବିଷୋୟୀ ଏବଂ ବାଲିକା ବିଭାଗର ଯୋଜନା ଅଧିକାରୀ ଅନୀଲ କୁମାର ତ୍ରିପାଠୀଙ୍କ ନେତ୍ଵତ୍ଵରେ  ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ଓ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଳକ ବିଭାଗର ପୂର୍ବତନ ଯୋଜନା ଅଧିକାରୀ ଡ. ଅନ୍ତର୍ଯ୍ୟାମୀ ଗୌଡ, ଅଧ୍ୟାପକ ଏସ.ରମେଶ ଖେଳ ଶିକ୍ଷକ ମୀନଜେତନ ମିଶ୍ରଙ୍କ ସମେତ ବିବ୍ୟାନୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.