ଶ୍ରୀରାମକୃଷ୍ଣ ପରମହଂସଙ୍କ ସହ ବିବେକାନନ୍ଦଙ୍କ ସାକ୍ଷାତ

ଏକଦା କଲିକତାର ଶିମଳାପଲ୍ଲୀରେ ରହୁଥିବା ସୁରେନ୍ଦ୍ରନାଥ ମିତ୍ର ରାମକୃଷ୍ଣଙ୍କୁ ନିଜ ଗୃହକୁ ଡାକି ଆଣିଥିଲେ। ଏକ ଆନନ୍ଦଉତ୍ସବର ଆୟୋଜନ କରାଯାଇଥିଲା। ସେହି ଦିନ ଜଣେ ସୁକଣ୍ଠ ଗାୟକଙ୍କର ଅଭାବ ହେବାରୁ ସୁରେନ୍ଦ୍ରନାଥ ନିଜ ପଡୋଶୀ ନରେନ୍ଦ୍ରନାଥଙ୍କୁ ଡାକିଥିଲେ। ଶ୍ରୀରାମକୃଷ୍ଣ ପରମହଂସଙ୍କ ସହ ନରେନ୍ଦ୍ରନାଥଙ୍କର ଏହା ଥିଲା ପ୍ରଥମ ସାକ୍ଷାତ। ନରେନ୍ଦ୍ରନାଥଙ୍କ କଣ୍ଠରୁ ସୁଲଳିତ ସଙ୍ଗୀତ ଶୁଣି ଠାକୁର ଖୁସି ହୋଇଯାଇଥିଲେ। ବିଦାୟ ନେବା ସମୟରେ ନରେନ୍ଦ୍ରନାଥଙ୍କୁ ପରିଚୟ ପଚାରିବା ସହ ତାଙ୍କୁ ଦକ୍ଷିଣେଶ୍ବର ଯିବା ନିମିତ୍ତ ଅନୁରୋଧ କରିଥିଲେ।
ଏହା ମଧ୍ୟରେ ନରେନ୍ଦ୍ରନାଥ ଏଫ.ଏ. ପରୀକ୍ଷା ସକାଶେ ବ୍ୟସ୍ତ ରହି ଦକ୍ଷିଣେଶ୍ବର ଯିବା କଥା ଭୁଲିଗଲେ। ଏଫ.ଏ. ପରୀକ୍ଷା ଶେଷ ହେବାପରେ ତାଙ୍କର ପିତା ବିବାହ କରିବା ପାଇଁ ନରେନ୍ଦ୍ରନାଥଙ୍କୁ କହିଲେ। ଆଜନ୍ମ ବବାହ –ବିତୃଷ୍ଣ ନରେନ୍ଦ୍ର ଏ ବିଷୟରେ ଭୀଷଣ ଆପତ୍ତି ଉଠାଇଥିଲେ। ଏହାପରେ ନରେନ୍ଦ୍ରନାଥ ରାମକୃଷ୍ଣ ପରମହଂସଙ୍କ ଅନ୍ୟତମ ଗୃହୀ ଭକ୍ତ ରାମଚନ୍ଦ୍ର ଦତ୍ତଙ୍କ ପାଖକୁ ଯାଇ ବିବାହ ପାଇଁ ଥିବା ବିତୃଷ୍ଣାଭାବକୁ ମନ ଖୋଲି କହିଥିଲେ। ରାମଚନ୍ଦ୍ର ନରେନ୍ଦ୍ରନାଥଙ୍କ ଯୁକ୍ତି ଶୁଣିବା ପରେ କହିଥିଲେ ,ଯଦି ତୁମର ପ୍ରକୃତ ସତ୍ୟ ଲାଭ କରିବା ପାଇଁ ଇଚ୍ଛା ଥାଏ ତେବେ ବ୍ରାହ୍ମସମାଜ ଇତ୍ୟାଦିକୁ ନଯାଇ ଦକ୍ଷିଣେଶ୍ବର ପରମହଂସ ଦେବଙ୍କ ନିକଟକୁ ଯିବାକୁ ଉପଦେଶ ଦେଇଥିଲେ। ନରେନ୍ଦ୍ରନାଥ ଏହାପରେ ଦକ୍ଷିଣେଶ୍ବର ଯିବାକୁ ସମ୍ମତି ପ୍ରକାଶ କଲେ। ଚାରି ଜଣ ବନ୍ଧୁଙ୍କ ସହ ଦକ୍ଷିଣେଶ୍ବର ଗଲେ।
ଦକ୍ଷିଣେଶ୍ବରେ ନରେନ୍ଦ୍ରନାଥଙ୍କୁ ଦେଖିବାମାତ୍ରେ ଜଣେ ଚିରପରିଚିତ ଲୋକପରି ଶ୍ରୀରାମକୃଷ୍ଣ ସରଳ ଆଳାପ କରିବାକୁ ଲାଗିଲେ। ସଙ୍ଗୀତ ଓ କଥୋପକଥନ ଶେଷ ହେବାପରେ ନରେନ୍ଦ୍ରନାଥଙ୍କୁ ଗୋଟିଏ ଏକାନ୍ତ ସ୍ଥାନକୁ ଡାକି ଶ୍ରୀରାମକୃଷ୍ଣ କହିଥିଲେ,‘ତୁ କିପରି ଏତେ କାଳ ମୋତେ ଭୁଲିଯାଇଥିଲୁ? ତୁ ଆସିବୁ ବୋଲି ମୁ କେତେ ଦିନ ହେଲା ବାଟ ଚାହିଁ ବସିଛି। ବିଷୟୀ ଲୋକମାନଙ୍କ ସହ କଥା କହି କହି ମୋ ମୁହିଁ ପୋଡିଗଲାଣି। ଆଜିଠାରୁ ତୋ ଭଳି ଜଣେ ଯଥାର୍ଥୀ ତ୍ୟାଗୀ ସହିତ କଥା କହି ଶାନ୍ତି ପାଇବି।’ ଏତକ କହୁକହୁ ଶ୍ରୀରାମକୃଷ୍ଣଙ୍କ ଚକ୍ଷୁ ଅଶ୍ରୁସିକ୍ତ ହୋଇଉଠିଥିଲା। ବିସ୍ମୟ-ବିମଶ୍ର ବିହ୍ବଳ ଦୃଷ୍ଟିରେ ନରେନ୍ଦ୍ରନାଥ ଏହି ଅଦ୍ଭୁତ ସନ୍ନ୍ୟାସୀଙ୍କୁ ଚାହିଁ ରହିଥିଲେ,କଣ କହିବେ ଭାବି ପାରିଲେ ନାହିଁ ନରେନ୍ଦ୍ରନାଥ।

କ୍ରମଶ ଠାକୁରଙ୍କ ପ୍ରତି ଆକର୍ଷିତ ହୋଇଉଠିଲେ। କ୍ରମାଗତ ତିନି ବର୍ଷ ଠାକୁରଙ୍କୁ ନାନା ପ୍ରକାର ପରୀକ୍ଷା କରିସାରିବା ପରେ ଶେଷରେ ସଂପୂର୍ଣ୍ଣରୂପେ ଆତ୍ମସମର୍ପଣ କରିଦେଲେ ନରେନ୍ଦ୍ରନାଥ। ତଥାପି ଠାକରୁଙ୍କୁ ଠିକ ଭାବେ ବୁଝିପାରିନଥାନ୍ତି ନରେନ୍ଦ୍ର। ଦିନେ ଉତ୍ସୁକତା ସହକାରେ ଠାକୁରଙ୍କୁ ପ୍ରଶ୍ନ କରିଥିଲେ,‘ ମହାଶୟ! ଆପଣ କଣ ଇଣ୍ବରଙ୍କୁ ଦେଖିଛନ୍ତି? ମୃଦ୍ୟୁ ହାସ୍ୟ ରଞ୍ଜିତ ଠାକୁରଙ୍କୁ ପ୍ରଶାନ୍ତ ମୁଖମଣ୍ଡଳ ଅପୂର୍ବ ଶାନ୍ତି ଓ ପୂଣ୍ୟ ବୈଭବରେ ଉଦ୍ଭାସିତ ହୋଇ ଉଠିଲା। ସେ ଇତସ୍ତତଃ ନ ହୋଇ ଉତ୍ତର ଦେଲେ,‘ବତ୍ସ! ମୁଁ ଇଶ୍ବର ଦର୍ଶନ କରିଛି। ମୁଁ ତୁମକୁ ଯେପରି ପ୍ରତ୍ୟକ୍ଷ ଦେଖୁଛି ଦେଖୁଛି ତାହାଠାରୁ ସ୍ପଷ୍ଟତର ଭାବରେ ଇଶ୍ବରଙ୍କୁ ଦେଖୁଛି।’ ନରେନ୍ଦ୍ରଙ୍କ ବିସ୍ମୟକୁ ଶତଗୁଣ ବର୍ଦ୍ଧିତ କରି ପୁଣି ଥରେ କହିଲେ,‘ ତୁମେ ଦେଖିବାକୁ ଚାହୁଁଛ? ତୁମକୁ ମଧ୍ୟ ଦେଖାଇ ଦେଇପାରିବି, ଯଦି ତୁମେ ମୋ କହିବା ଅନୁସାରେ ଆଚରଣ କରିବ।

ଏକଦା ବ୍ରାହ୍ମଗଣଙ୍କର ଶ୍ରୀରାମକୃଷ୍ଣଙ୍କ ପ୍ରତି ଅଶୋଭନୀୟ ଆଚରଣରେ ବ୍ୟଥିତ ନରେନ୍ଦ୍ର ବ୍ରାହ୍ମସମାଜ ପରିତ୍ୟାଗ କରିଥିଲେ। ବାଲ୍ୟକାଳରୁ ନରେନ୍ଦ୍ରନାଥଙ୍କ ହୃଦୟରେ କୌଣସି ସଂଶୟ ଉପସ୍ଥିତ ହେଲେ ତାହାର ମୀମାଂସା ନ କରିବା ପର୍ୟ୍ୟନ୍ତ ସେ ଶାନ୍ତି ଲାଭ କରୁନଥିଲେ। ଅହୋରାତ୍ର ଚିନ୍ତା କରି ମଧ୍ୟ ସେ ଶ୍ରୀରାମକୃଷ୍ଣଙ୍କ ସମ୍ପନ୍ଧରେ କୌଣସି ସିନ୍ଧାନ୍ତରେ ପହଞ୍ଚି ନ ପାରି ଅସ୍ତିର ହୋଇ ଉଠିଲେ। ମାତ୍ର ତାଙ୍କର ଆତ୍ମବିଶ୍ବାସ ଓ ଦୃଢତା ଏପରି ଅନମନୀୟ ଥିଲା ଯେ ସେ ଠାକୁରଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବା ନିମନ୍ତେ ଓ ତାଙ୍କୁ ପରୀକ୍ଷା କରିବା ଲାଗି ତାଙ୍କ ନିକଟକୁ ଗମନାଗମନ କଲେ। ଏପରିକି ଦକ୍ଷିଣେଶ୍ବରରେ ରାତ୍ରୀରେ ମଧ୍ୟ ରହିଲେ।ଥରେ ସଂନ୍ଧ୍ୟା ସମୟରେ ସନ୍ଧ୍ୟାଆରତି ଘଣ୍ଟ ବାଜି ନଥାଏ। ଠାକୁର ନରେନ୍ଦ୍ରଙ୍କୁ ଚାହିଁ ହଠାତ ତାଙ୍କ ଆସନରୁ ଉଠି ନରେନ୍ଦ୍ରଙ୍କ କାନ୍ଧ ଉପରେ ନିଜ ଡାହଣ ଗୋଡକୁ ଥୋଇଦେଇଥିଲେ। ତତକ୍ଷଣାତ ତାଙ୍କର ଭାବାନ୍ତର ଉପସ୍ଥିତ ହେଲା। ସେ ଅନୁଭବ କଲେ ଯେପରି ତାଙ୍କ ଆଖ ପାଖରେ ଦୃଶ୍ୟମାନ ପଦାର୍ଥଗୁଡିତ ଗୋଟିଏ ଅନନ୍ତ ସଭାରେ ବିଲୀନ ହୋଇଯାଉଛି। କେବଳ ସେ ଏକା। ଶେଷରେ ତାଙ୍କ ଅହଂତ୍ବର ସତ୍ତା ବିଲୀନ ହେବାକୁ ଆରମ୍ଭ କଲା। ସେ ଭୟ ଓ ବିସ୍ମୟରେ ଚିକାର କରି କହିଲେ,‘ ଆହୋ! ତୁମେ ଏ କଣ କଲ?’ ମୋର ଯେ ବାପା ମାଆ ଅଛନ୍ତି ଠାକରୁ ନରେନ୍ଦ୍ରଙ୍କ ବକ୍ଷରେ ହସ୍ତ ସ୍ପର୍ଶମାତ୍ରେ ପୁନରାୟ ସ୍ବାଭିବିକ ଅବସ୍ଥା ଫେରିଆସିଥିଲା। ନରେନ୍ଦ୍ରନାଥ ପିତାମାତାଙ୍କ ପ୍ରତି ଅତ୍ୟନ୍ତ ଅନୁରକ୍ତ ଥିବାରୁ ଯେପରି ଠାକରୁ ତାଙ୍କୁ ଆଉ ପ୍ରଭାବିତ କରି ନ ପାରନ୍ତି ସେଥିପାଇଁ ସାବଧାନ ରହିଲେ। କ୍ରମଶଃ ତାଙ୍କର ସଂସାର ପ୍ରତି ଅନାସକ୍ତ ଭାବ ଜାଗ୍ରତ ହେବକୁ ଲାଗିଲା। ଏ ପ୍ରକାର ଅନୁଭୂତି କେବଳ ଠାକୁରଙ୍କ ତାଙ୍କ ପ୍ରତି ଅପାର କରୁଣାରୁ ସୃଷ୍ଟି ହେଉଥିଲା।

ଆଲେଖ୍ୟ- ସତ୍ୟଜିତ୍ ସାହୁ

Comments are closed.