ପ୍ରେରଣାର ଅନ୍ୟ ନାମ ; ସ୍ୱାମୀ ବିବେକାନନ୍ଦଙ୍କ ଏହି ୧୦ଟି ମୁଖ ନିସୃତ ବାଣୀ

ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ ୧୨ ଜାନୁଆରୀରେ ପାଳନ ହୋଇଥାଏ, ଏହି ବିଶେଷ ଦିନଟିକୁ ଭାରତରେ ଜାତୀୟ ଯୁବ ଦିବସ ରୂପେ ପାଳନ କରାଯାଏ। ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ଓ ବିଚାର ଉଭୟ ପ୍ରେରଣାର ସ୍ରୋତ। ତାଙ୍କ ବିଚାର ଓ ଅମୂଲ୍ୟ ବାଣୀକୁ ପଢିବା ଦ୍ୱାରା ନିରାଶ ବ୍ୟକ୍ତିଙ୍କ ମନରେ ମଧ୍ୟ ନୂତନ ଭାବନା, ଚିନ୍ତାଧାରା ସଞ୍ଚାର ହୋଇଥାଏ। ତେଣୁ ସ୍ୱାମୀ ବିବେକାନନ୍ଦଙ୍କ ୧୦ଟି ବିଚାର , ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜୀବନକୁ ନୂତନ ଓ ଖୁସିରେ ବଞ୍ଚିବାକୁ ପ୍ରେରଣା ଦେଇଥାଏ।
– ଗୋଟିଏ ସମୟରେ ଗୋଟିଏ କାର୍ଯ୍ୟ କରନ୍ତୁ। ଏପରି କରିବା ସମୟରେ କେବଳ ତାହା ଉପରେ ନିଜର ଧ୍ୟାନ ଦିଅନ୍ତୁ, ଅନ୍ୟ ସବୁକିଛି ଭୁଲି ଯାଆନ୍ତୁ।
– ସବୁଠାରୁ ବଡ଼ ଧର୍ମ ହେଉଛି ନିଜ ସ୍ୱଭାବ ପ୍ରତି ସଚ୍ଚୋଟ ରୁହନ୍ତୁ।
– ବ୍ରହ୍ମାଣ୍ଡ ସମସ୍ତ ଶକ୍ତି ଆମର ଅଟେ। ଆମେ ହିଁ ନିଜ ଚକ୍ଷୁ ଉପରେ ହାତ ରଖିଦେଉ ଯାଦ୍ୱାରା ଆମକୁ ସବୁକିଛି ଅନ୍ଧକାର ଲାଗେ।
– ଆମେ ତାହା ଅଟୁ, ଯାହା ଆମକୁ ଆମ ଚିନ୍ତାଧାରା ଦର୍ଶାଇଥାଏ। ତେଣୁ ନିଜ ଚିନ୍ତାଧାରା ପ୍ରତିଧ୍ୟାନ ଦିଅନ୍ତୁ. କ୍ଷୀଣ ସ୍ୱରରେ କଥା ହୁଅନ୍ତୁ।
– ଗୋଟିଏ ଚିଚାର ବା ଚିନ୍ତାଧାରାକୁ ନିଜ ଜୀବନର ବ୍ରତ କରନ୍ତୁ। ଲକ୍ଷ୍ୟ ସ୍ଥିର ରଖନ୍ତୁ। ତାହା ଆମକୁ ଜୀବନରେ ସଫଳତା ଆଣି ଦେଇଥାଏ।
– ନିଜେ କରୁଥିବା କାର୍ଯ୍ୟ ଉପରେ କେବଳ ଧ୍ୟାନ ଦିଅନ୍ତୁ।
– ଯେଉଁମାନେ ଅନ୍ୟ ପାଇଁ ବଞ୍ଚନ୍ତି, ସେମାନେ ମହାନ।
– ସେପର୍ଯ୍ୟନ୍ତ ଚେଷ୍ଟା କରୁଥାଆନ୍ତୁ, ଯେଉଁ ପର୍ଯ୍ୟନ୍ତ ନିଜ ଲକ୍ଷ୍ୟ ହାସଲ ନ ହୋଇଛି।
– ତୁମେ ନିଜକୁ ଦୁର୍ବଳ ଭାବିଲେ ଦୁର୍ବଳ ଓ ଶକ୍ତିଶାଳୀ ଭାବିଲେ ଶକ୍ତିଶାଳୀ ବୋଲି ବିବେଚିତ ହେବେ।
– ଯଦି ସମସ୍ୟା ନାହିଁ, ତେବେ ସୁନିଶ୍ଚିତ ହୋଇଯାଆନ୍ତୁ ଯେ, ଆପଣ ଭୁଲ ମାର୍ଗରେ ଚାଲୁଛନ୍ତି।
– ନିଜ ଉପରେ ସର୍ବଦା ବିଶ୍ୱାସ ରଖନ୍ତୁ।
ଆଲେଖ୍ୟ ସସ୍ମିତା ମହାନ୍ତି

Comments are closed.