କନ୍ୟାଶ୍ରମର ୨୬ଜଣ ଅନ୍ତେବାସୀ ଅସୁସ୍ଥ, ସୋର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି

ଖାଦ୍ୟ ଓ ପାନୀୟ ବିଷାକ୍ତ ହୋଇଥିବା ସନ୍ଦେହ

ସୋର: ପୁରୁବାଈ ଗାନ୍ଧୀ ସେବାଶ୍ରମର ୨୬ଜଣ ଅନ୍ତେବାସୀ ଅସୁସ୍ଥ ହୋଇପଡ଼ିଛନ୍ତି। ଆଜି ସମସ୍ତ ଅସୁସ୍ଥ ଅନ୍ତେବାସୀଙ୍କୁ ସୋର ଗୋଷ୍ଠୀ ସ୍ବସ୍ଥ୍ୟ କେନ୍ଦ୍ର  ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅସୁସ୍ଥଙ୍କ ମଧ୍ୟରୁ ଜଣକୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର। ଗତକାଲି କନ୍ୟାଶ୍ରମର ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଅନ୍ତେବାସିନୀ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି। କନ୍ୟାଶ୍ରମର ଖାଦ୍ୟ ଓ ପାନୀୟ ବିଷାକ୍ତ ହୋଇଥିବା ସନ୍ଦେହ କରାଯାଉଛି।

Comments are closed.