ବ୍ଲକ ସ୍ତରୀୟ ସ୍ୱଚ୍ଛତା ପଖୱାଡ଼ା ପାଳିତ

ବେଗୁନିଆ : ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ବ୍ଲକ ସ୍ତରୀୟ ସ୍ୱଚ୍ଛତା ପଖୱାଡ଼ା ପାଳିତ ହୋଇଯାଇଛି । ଏନସିସି ଏଏନଓ ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଏକ ସଚେତନତା ରାଲି ବିଦ୍ୟାଳୟର ଏନସିସି ,ସ୍କାଉଟ ଏବଂ ଗାଇଡ଼ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା କରାଯାଇଥିଲା । ଏହି ସଭାରେ ଡ଼ଃ ରାଜକିଶୋର ପଣ୍ଡା, ଅଧ୍ୟାପିକା ସବିତାଞ୍ଜଳି ସେନାପତି ଓ ପ୍ରଧାନ ଶିକ୍ଷକ ବାସୁଦେବ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୧୬ଟି ବିଦ୍ୟାଳୟର ୩୨ଜଣ ଛାତ୍ର ଛାତ୍ରୀ ରଚନା ଏବଂ ଚିତ୍ରଙ୍କନ ପ୍ରତିଯୋଗୀତରେ ଯୋଗ ଦେଇଥିଲେ । ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶୃତି ପଟନାୟକ ରଚନା ଏବଂ ଗୋପବଂଧୁ ଉଚ୍ଚ ବିଦ୍ୟାଳୟର ଛାତ୍ର ସ୍ୱାଧୀନକୁମାର ଦାସ ଚିତ୍ର।ଙ୍କନରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାସ୍ତରକୁ ଉତ୍ତୀର୍ଣ୍ଣ ହୋଇଥିଲେ। ଏନସିସି ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ର ସଭା ସଂଯୋଜନା କରିଥିବା ବେଳେ ଶିକ୍ଷକ ବାବି ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.