ଆରମ୍ଭ ହେଲା ସ୍ୱଚ୍ଛ ଗ୍ରାମ-ସବୁଜ ଗ୍ରାମ ଅଭିଯାନ

ଦେବଗଡ: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ଦେବଗଡ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ତିଲେଇବଣି ବ୍ଲକ ଅନ୍ତର୍ଗତ ହେଟଖମାର ଗ୍ରାମର ଜନ କଲ୍ୟାଣ ଯୁବକ ସଂଘ ସହାୟତାରେ ହେଟଖମାର ଗ୍ରାମରେ ଆଜି ସ୍ୱଚ୍ଛା ଗ୍ରାମ-ସବୁଜ ଗ୍ରାମ ଅଭିଯାନ ଆରମ୍ଭ ହୋଇଛି। ଦେବଗଡ ନେହେରୁ ଯୁବକେନ୍ଦ୍ରର ସଂଯୋଜକ ପ୍ରଦୀଫ ବିଶ୍ୱାଙ୍କ ତତ୍ୱାବଧାନ ଓ ଜନ କଲ୍ୟାଣ ଯୁବକ ସଂଘର ସମ୍ପାଦକ ନରେନ୍ଦ୍ର ରଣାଙ୍କ ନେତୃତ୍ୱରେ ବହୁ ସ୍ୱେଚ୍ଛାସେବୀ ସବୁଜ ପରିବେଶ ସୃଷ୍ଟି ନିମନ୍ତେ ବିଭିନ୍ନ କିସମର ବୃକ୍ଷ ଚାରା ରୋପଣ କରିବା ସହ ସ୍ୱଚ୍ଛ ଗ୍ରାମ ଓ ସବୁଜ ଗ୍ରାମ ଅଭିଯାନରେ ସାମିଲ ହୋଇ ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ଶପଥ ପାଠ କରିଥିଲେ।

ଏହି କାର୍ଯ୍ୟକ୍ରମ ଆୟୋଜନରେ ନେହେରୁ ଯୁବକେନ୍ଦ୍ରର ସ୍ୱେଚ୍ଚାସେବୀ ମୁକେଶ ଭୋଇ,ଜନ କଲ୍ୟାଣ ଯୁବକ ସଂଘର ସଦସ୍ୟ ମୌସମ ସାହୁ, ଭବାନୀ ଭୋଇ, ବେଣୁଧର ବାଘ, ବାପୁନ ସାହୁ, କୁନାଲ ବେହେରା ଓ ବିକାଶ ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Comments are closed.