ଏନଏସି ପକ୍ଷରୁ ସ୍ୱଚ୍ଛଭାରତ ସଚେତନତା ଅଭିଯାନ

ଆଠଗଡ: ଆଠଗଡ ଏନଏସି ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଲୋକମାନଙ୍କୁ ସ୍ୱଚ୍ଛତା ଓ ପରିଷ୍କାର-ପରିଚ୍ଛନ୍ନତା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ସଂପର୍କରେ ସଚେତନ କରାଯାଇଥିଲା। ସ୍ୱଚ୍ଛସାଥୀ, ସ୍ୱଚ୍ଛସାଥୀ ପର୍ଯ୍ୟବେକ୍ଷକ, ସ୍ୱଚ୍ଛତା କର୍ମୀ ଏବଂ ଏନଏସି କର୍ମଚାରୀମାନଙ୍କର ସଚେତନତା ଉଦ୍ଦେଶ୍ୟରେ ଆୟୋଜିତ ଏକ ଶୋଭାଯାତ୍ରାକୁ ନିର୍ବାହୀ ଅଧିକାରୀ ଆଶାଲତା ରଚମାଳା ଉଦଘାଟନ କରିଥିଲେ। ନିର୍ବାହୀ ଅଧିକାରୀ ଆଶାଲତା ରଚମାଳା ସହର ପରିକ୍ରମା କରି ଲୋକମାନଙ୍କୁ ବର୍ଜ୍ୟବସ୍ତୁ ପରିଚାଳନା ସଂପର୍କରେ ସଚେତନ କରିଥିଲେ।

 

ଏହି ଉପଲକ୍ଷେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏକ ସଚେତନଧର୍ମୀ ରଙ୍ଗୋଲି କାର୍ଯ୍ୟକ୍ରମରେ କଲେଜ ଛାତ୍ରୀ ଏବଂ ବହୁ ସ୍ୱୟଂସହାୟକ ଗୋଷ୍ଠୀର ମହିଳା ଯୋଗଦେଇ ସଦୃଶ୍ୟ ରଙ୍ଗୋଲିମାନ କରିଥିଲେ। ଏନଏସିର ସ୍ୱଚ୍ଛତା ପର୍ଯ୍ୟବେକ୍ଷକ ଲଲାଟେନ୍ଦୁ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଅନ୍ୟ କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ।

Comments are closed.