ବାଦ୍ ପଡିଲେ ସୁଷମା, ଜୁଏଲଙ୍କ ସମେତ ଅନେକ ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ ଇନିଂସ ସରକାରରୁ ସୁଷମା ସ୍ବରାଜଙ୍କ ସମେତ ଅନେକ ପୂର୍ବତନ ମନ୍ତ୍ରୀ ବାଦ୍ ପଡିଛନ୍ତି। ମୋଦୀଙ୍କ ପ୍ରଥମ ଇନିଂସ ସରକାରରେ ମନ୍ତ୍ରୀ ବାଦ୍ ପଡିଥିବା ନେତାମାନେ ହେଲେ, ଜୁଏଲ ଓରାମ, ମେନକା ଗାନ୍ଧୀ, ସୁରେଶ ପ୍ରଭୁ, ଜେପି ନଡ୍ଡା, ମହେଶ ଶର୍ମା, ରାଜ୍ୟବର୍ଦ୍ଧନ ସିଂହ ରାଠୋର, ଜୟନ୍ତ ସିହ୍ନା। ମୋଦୀଙ୍କ ପ୍ରଥମ ସରକାରରେ ବୈଦେଶିକ ମନ୍ତ୍ରୀ ସୁଷମାଙ୍କୁ ସରକାରରୁ ବାଦ୍ ଦେବାର କାରଣ ଜଣାପଡି ନାହିଁ। ତେବେ ସ୍ବାସ୍ଥ୍ୟଗତ କାରଣରୁ ତାଙ୍କୁ ସରକାରରୁ ବାଦ୍ ଦିଆଯାଇଥିବା ଅନୁମାନ କରାଯାଇଛି। ପୂର୍ବରୁ ଅରୁଣ ଜେଟଲୀ ସ୍ବାସ୍ଥ୍ୟଗତ କାରଣ ପାଇଁ ସରକାରରେ ସାମିଲ ନହେବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧ ରକ୍ଷା କରି ମୋଦୀ ତାଙ୍କୁ ସରକାରରୁ ବାଦ୍ ଦେଇଛନ୍ତି। ସରକାରରୁ ବାଦ୍ ପଡିବା ପରେ ସୁଷମା ଟୁଇଟ୍ କରି ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଗତ ୫ବର୍ଷ ତାଙ୍କୁ ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ସୁଯୋଗ ଦେଇଥିବାରୁ ସୁଷମାଏହି ଧନ୍ୟବାଦ ଦେଇଛନ୍ତି।

Comments are closed.