ସୁଶାନ୍ତଙ୍କୁ ଲୁହଭିଜା ବିଦାୟ ଦେଲା ବଲିଉଡ଼; ଅନ୍ତିମ ଯାତ୍ରାରେ ସାମିଲ ହେଲେ ବହୁ ସିନେ ତାରକା

ମୁମ୍ବାଇ: ସୁଶାନ୍ତସିଂହ ରାଜପୁତଙ୍କୁ ବିଦାୟ ଦେଇଛି ଅଶ୍ରୁଳ ବିଦାୟ । ମୁମ୍ବାଇ ସହର ଅନ୍ତର୍ଗତ ଭିଲେପାର୍ଲେ ନିକଟସ୍ଥ ପବନହଂସ ଶ୍ମଶାନରେ ସୁଶାନ୍ତ ସିଂହ ରାଜପୁରଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

କରୋନା ଯୋଗୁଁ ୨୦ ଜଣ ଲୋକଙ୍କ ଉପସ୍ଥିତି ଧାର୍ଯ୍ୟ ହୋଇଥିଲେ ହେଁ ତାଙ୍କ ପରିବାର ଭିନ୍ନ ବହୁ ସିନେ ତାରକା ଓ ଅଭିନେତା ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଛନ୍ତି । ଉପସ୍ଥିତ ସିନେ ତାରକାଙ୍କ ଆଖିର ଲୁହ ସହ ଆକାଶ ବି ଯେମିତି ଲୁହ ଅଜାଡ଼ି ସୁଶାନ୍ତଙ୍କୁ ବିଦାୟ ଦେଇଥିଲା ।

ବରିଷ୍ଠ ଅଭିନେତା ବିବେକ ଓବରାୟଙ୍କ ସହ ବିଭିନ୍ନ ଫିଲ୍ମରେ ସୁଶାନ୍ତଙ୍କ କୋ ଷ୍ଟାର ଥିବା ଶ୍ରଦ୍ଧା କପୁର, ବରୁଣ ଶର୍ମା, କ୍ରିତି ସେନନ, ପୂଜା ଚୋପ୍ରା, ରାଜକୁମାର ରାଓ, ବରୁଣ ଶର୍ମା ପ୍ରମୁଖ ସୁଶାନ୍ତଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେମାନଙ୍କ ମଧ୍ୟରୁ ଅନେକ ଭିଜିଭିଜି ଶ୍ମଶାନ ନିକଟରେ ପହଞ୍ଚିଥିଲେ ।

ମାସ୍କ ଓ ଗ୍ଲୋଭସ ପିନ୍ଧି କରୋନା ମାର୍ଗଦର୍ଶିକା ମାନି ଏହି ଅଭିନେତା ଅଭିନେତ୍ରୀମାନେ ସୁଶାନ୍ତଙ୍କ ଶେଷ ଦର୍ଶନ ନିମନ୍ତେ ଆସିଥିଲେ ।

ଅଭିନେତ୍ରୀ କ୍ରିତି ସେନନ ଧଳା ପୋଷାକ ଓ ମାସ୍କ ପିନ୍ଧି ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ । ସେହିପରି ଶ୍ରଦ୍ଧା କପୁର ମଧ୍ୟ ଧଳା ପୋଷାକରେ ଆସିଥିବା ଦେଖାଯାଇଥିଲା । ସୁଶାନ୍ତଙ୍କ ସହ ରିଲେସନରେ ଥିବା  ରିୟା ଚକ୍ରବର୍ତ୍ତି ମଧ୍ୟ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ।

ଆଜି ମଧ୍ୟାହ୍ନରେ ସୁଶାନ୍ତଙ୍କ ବାପା, ଭଉଣୀମାନେ ଓ ସମ୍ପର୍କୀୟ ଭାଇ ମୁମ୍ବାଇରେ ପହଞ୍ଚିଥିଲେ । ସେମାନେ ସୁଶାନ୍ତଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।

ସେହିପରି ବିବାଦୀୟ ମନ୍ତବ୍ୟ ଦେବାରେ ଖ୍ୟାତି ଅର୍ଜନ କରିଥିବା କଙ୍ଗନା ରଣାୱତ ସୁଶାନ୍ତ କେବେ ଆତ୍ମହତ୍ୟା କରିବା ପିଲା ନୁହନ୍ତି, ତାଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି ।

Comments are closed.