ଚାଲିଗଲେ ଭାଉଜ ସୁଧା ଦେବୀ : ସୁଶାନ୍ତଙ୍କ ମୃତ୍ୟୁକୁ ସହି ପାରିଲେ ନାହିଁ

ପାଟଣା : ସୁଶାନ୍ତ ସିଂହ ରାଜପୁତଙ୍କ ପରଲୋକ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ବଲିଉଡ ବହୁତ କମ୍ ବୟସର ଜଣେ ଦକ୍ଷ ଅଭିନେତାଙ୍କୁ ହରାଇଛି। ଖବର ଅନୁଯାୟୀ ସୁଶାନ୍ତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିଲେ। ସେ  ମାତ୍ର ୩୪ ବର୍ଷ ବୟସରେ ଭାବପ୍ରବଣ ଭାବରେ ଏକ କଠିନ ସମୟ ଦେଇ ଗତି କରୁଥିଲେ।
ତେବେ ସଦ୍ୟତମ ରିପୋର୍ଟ ଅନୁଯାୟୀ, ସୁଶାନ୍ତଙ୍କ ସମ୍ପର୍କୀୟ ଭାଇଙ୍କ ପତ୍ନୀ ସୁଧା ଦେବୀଙ୍କର ବିହାରର ପୁର୍ଣ୍ଣିଆରେ ଦେହାନ୍ତ ହୋଇଯାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ସେ ନିଜ ଦିଅର ତଥା ଏଇ ଯୁବ ଅଭିନେତାଙ୍କ ବିୟୋଗକୁ ସହି ପାରିଲେ ନାହିଁ। ମୁମ୍ବାଇରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର କରାଯାଉଥିବା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ସେ ସୁଶାନ୍ତଙ୍କ ଆତ୍ମହତ୍ୟା ବିଷୟରେ ଜାଣିବା ପରେ ସେ ଖାଇବା ବନ୍ଦ କରିଦେଇଥିଲେ।

Comments are closed.