ସୁଶାନ୍ତ ନାୟକଙ୍କ ୧ମ ଶ୍ରାଦ୍ଧବାର୍ଷିକ: ଭର୍ଚୁଆଲ ମାଧ୍ୟମରେ ଯୋଗାଣମନ୍ତ୍ରୀ କଲେ ପ୍ରତିମୂର୍ତ୍ତି ଉନ୍ମୋଚନ

ନଦୀକୂଳ ପଞ୍ଚାୟତ ସମୂହ ଜନସାଧାରଣଙ୍କ ସୁବିଧା ଅସୁବିଧାରେ ନିଜକୁ ହଜାଇ ଦେଇଥିଲେ ସୁଶାନ୍ତ

ଗୁରୁଡିଝାଟିଆ: ୯୦ ଦଶକରୁ ଅଣ କଂଗ୍ରେସ ରାଜନୀତିରେ ନିଜକୁ ସଂଶ୍ଲିଷ୍ଟ କରି ଏକ ସମତୁଲ ସମାଜ ଗଠନରେ ଗରୀବ ଗୁରୁବା ଖଟିଖିଆ ମଣିଷର କଥାକୁ ବୁଝିବା ଓ ସେମାନଙ୍କ ପାଇଁ ଲଢେଇ କରିବା ଦିଗରେ ବିଜେଡି ନେତା ତଥା ଯୁବ ସଂଗଠକ ସୁଶାନ୍ତ ନାୟକ(ଗୁଞ୍ଜା)ଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ସ୍ୱର୍ଗତ ନାୟକଙ୍କ ୧ମ ଶ୍ରାଦ୍ଧବାର୍ଷିିକ ଉତ୍ସବରେ ସ୍ଥାନୀୟ ବିଧାୟକ ତଥା ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିବା ସହିତ ଭର୍ଚୁଆଲ ମାଧ୍ୟମରେ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। କଖଡିର ପୂର୍ବତନ ସରପଞ୍ଚ ସ୍ୱର୍ଗତ ନାୟକ ମଞ୍ଚେଶ୍ୱର, କଖଡି, ଘଣ୍ଟିଖାଲ, ମହାକାଳବସ୍ତ, ଅନନ୍ତପୁର, ଧୁରୁଷିଆ, କଟକିଆସାହି, ମେଘା ସହିତ ଆଠଗଡ ଅଞ୍ଚଳରେ ଜଣେ ପରିଚିତ ଓ ଆଗଧାଡିର ବ୍ୟକ୍ତିତ୍ୱ ଥିଲେ ବୋଲି ୧ମ ଶ୍ରାଦ୍ଧାବାର୍ଷିକରେ କଖଡି ସରପଞ୍ଚଙ୍କ ପ୍ରତିନିଧି ବେଣୁଧର ମହାନ୍ତି, ମଞ୍ଚେଶ୍ୱର ସରପଞ୍ଚ ପ୍ରିୟବ୍ରତ ସାହୁ, ସମିତିସଭ୍ୟ ଅଶୋକ କୁମାର ଖଟୁଆ,ପୂର୍ବତନ ସମିତିସଭ୍ୟ ନରୋନ୍ଦ୍ର ସାହୁ, ବିଜୟ କୁମାର ରାଉତ, ରଞ୍ଜନ କୁମାର ମୁଦୁଲି, କିରଣ କୁମାର ସାହୁ, ସୁରେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ମତପ୍ରକାଶ କରିବା ସହିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। କୋଭିଡ ନିୟମ ଅନୁଯାୟୀ ଶ୍ରାଦେ୍ଧାତ୍ସବ ପାଳିତ ହୋଇଥିଲା।

 

Comments are closed.